26.1 C
Bhubaneswar
Friday, March 29, 2024
HomeUncategorizedଚୀନକୁ ବିକ୍ରୀ ହୋଇଛନ୍ତି ୬୨୯ ପାକିସ୍ତାନୀ ମହିଳା

ଚୀନକୁ ବିକ୍ରୀ ହୋଇଛନ୍ତି ୬୨୯ ପାକିସ୍ତାନୀ ମହିଳା

ଲାହୋର: ପାକସ୍ତାନରେ ଗରିବ ପରିବାରର ଯୁବତୀମାନଙ୍କୁ ବିବାହ ଏବଂ ଅର୍ଥ ଲୋଭ ଦେଖାଇ ଦଲାଲମାନେ ଚୀନ ଚାଲାଣ କରୁଛନ୍ତି । ସେମାନଙ୍କୁ ବିବାହ ପାଇଁ ଚୀନକୁ କନ୍ୟା ଭାବେ ବିକ୍ରୀ କରାଯାଉଥିବା ସମ୍ପର୍କରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ପାକିସ୍ତାନରୁ ୬୨୯ ମହିଳା ଚୀନକୁ କନ୍ୟା ଭାବେ ବିକ୍ରୀ ହୋଇଛନ୍ତି ଏବଂ ସେମାନେ ଚୀନରେ ପହଂଚି ସାରିଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ କିଛି ନାବାଳିକା ମଧ୍ୟ ଅଛନ୍ତି । ୨୦୧୯ ଏବଂ ୨୦୧୯ ଏପ୍ରିଳ ମଧ୍ୟରେ ଏହି ଯୁବତୀମାନଙ୍କୁ ଚାଲାଣ କରାଯାଇଥିଲା । ଏହି ୬୨୯ ଯୁବତୀଙ୍କ ନାମ, ସେମାନଙ୍କ ଚୀନ ସ୍ୱାମୀଙ୍କ ନାମ ଏବଂ ବିବାହ ତାରିଖ ମଧ୍ୟ ହସ୍ତଗତ ହୋଇଛି । ଚୀନ ଏବଂ ପାକିସ୍ତାନୀ ଦଲାଲଙ୍କ ଦ୍ୱାରା ମିଳିତ ଭାବେ ଏହି ଚାଲାଣ କାର୍ଯ୍ୟ କରାଯାଉଛି । ଗରିବ ପରିବାରର ମୁରବୀମାନଙ୍କୁ ଅର୍ଥ ଲୋଭ ଦେଖାଇ ଦଲାଲମାନେ ସେମାନଙ୍କ କାମ ହାସଲ କରିବାରେ ସକ୍ଷମ ହୋଇଛନ୍ତି । ବିବାହ ପାଇଁ ଚୀନର ବରପକ୍ଷଙ୍କଠାରୁ ୨୫,୦୦୦ରୁ ୬୫୦୦୦ ଡଲାର ନିଆଯାଉଥିବା ବେଳେ ସେମାନେ ପାକିସ୍ତାନୀ ମହିଳାଙ୍କ ପରିବାର ସଦସ୍ୟଙ୍କୁ ମାତ୍ର ୧୫୦୦ ଡଲାର ଦେଉଛନ୍ତି । ପାକିସ୍ତାନରେ ମାନବ ଚାଲାଣ ଉପରେ ଅଧ୍ୟୟନ ଜାରି ରଖିଥିବା ଜଣେ ଅଧିକାରୀ କହିଛନ୍ତି ଯେ, ଚୀନକୁ ବିକ୍ରି ହେବା ପରେ ଏହି ମହିଳାମାନଙ୍କୁ ବାଧ୍ୟତାମୂକଳ ଭାବେ ବେଶ୍ୟାବୃତିରେ ସାମିଲ କରାଯାଉଥିବା ପ୍ରମାଣ ମିଳିଛି ।
ଚୀନ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ୬୧୯ ମହିଳାଙ୍କୁ ଚାଲାଣ କରାଯିବା ସମ୍ପର୍କରେ ମନ୍ତ୍ରଣାଳୟ ଅବଗତ ନାହିଁ । ତଦନ୍ତରୁ ଜଣାପଡ଼ିଛି ଯେ ପାକିସ୍ତାନରେ ଖ୍ରୀଷ୍ଟିଆନ ସଂଖ୍ୟାଲଘୁଙ୍କୁ ର୍ଟାେଗଟ କରାଯାଉଛି । ମୁସଲିମ ବହୁଳ ପାକସ୍ତାନରେ ଖ୍ରୀଷ୍ଟିଆନ ସଂଖ୍ୟାଲଘୁ ସବୁଠାରୁ ଗରିବ ହୋଇଥିବାରୁ ସେମାନଙ୍କୁ ନିଶାଣ କରି ଦଲାଲମାନେ ଏଭଳି ଚାଲାଣ କରିବାକୁ ସକ୍ଷମ ହେଉଛନ୍ତି । ଗରିବ ବାପକୁ ଅର୍ଥ ଲୋଭ ଦେଖାଇବା ସହ ଝିଅର ଉତ୍ତମ ଭବିଷ୍ୟତ ପ୍ରଲୋଭନ ଦେଖାଇ ଅତି ସହଜରେ ନିଜ ଜାଲରେ ଫସାଉଛନ୍ତି ମଧ୍ୟସ୍ତି । ସୂଚନାନୁଯାୟୀ ଗତ ସେପ୍ଟେମ୍ବରରେ ପାକସ୍ତାନ ତଦନ୍ତକାରୀ ସଂସ୍ଥା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନକଲି ଚୀନ ବିବାହ ମାମଲା ନେଇ ଏକ ରିପୋର୍ଟ ପ୍ରଦାନ କରିଥିଲେ । ଏହି ରିପୋର୍ଟର ଏକ କପି ଏବେ ଆସୋସିଏଟ୍ ପ୍ରେସକୁ ମିଳିଥିବା ଜଣାପଡ଼ିଛି । ଏହି ମାମଲାରେ ୫୨ ଚୀନ ନାଗରିକ ଏବଂ ସେମାନଙ୍କ ୨୦ ପାକିସ୍ତାନୀ ସହଯୋଗୀଙ୍କ ବିରୋଧ ମାମଲା ରୁଜୁ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking