29.1 C
Bhubaneswar
Monday, May 6, 2024
Homeଓଡିଶାରାଜ୍ୟରେ ୯ଟି ବୃହତ ପ୍ରକଳ୍ପକୁ ମିଳିଲା ୱିଣ୍ଡୋ ସିଙ୍ଗିଲ୍ ମଞ୍ଜୁରୀ

ରାଜ୍ୟରେ ୯ଟି ବୃହତ ପ୍ରକଳ୍ପକୁ ମିଳିଲା ୱିଣ୍ଡୋ ସିଙ୍ଗିଲ୍ ମଞ୍ଜୁରୀ

ସବୁ ପ୍ରକାର ସହାଯୋଗ ଦେବାକୁ ରାଜ୍ୟ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: ରାଜ୍ୟରେ ୯ଟି ବୃହତ୍ ପ୍ରକଳ୍ପକୁ ଉଚ୍ଚସ୍ତରୀୟ ହାଇଲେଭଲ୍ କ୍ଲିଅରାନ୍ସ(ଏଚ୍‌ଏଲ୍‌ସିଏ) ମଞ୍ଜୁରୀ ମିଳିଛି । ଏଥିରେ ମୋଟ୍ ୧,୫୩,୦୭୪.୬୩ କୋଟି ବିନିଯୋଗର ପ୍ରସ୍ତାବ ଥିବାବେଳେ ମୋଟ୍ ୨,୭୦୩୦ ଯୁବକ-ଯୁବତୀଙ୍କୁ ନିଯୁକ୍ତି ସୁଯୋଗ ମିଳିିବ ବୋଲି ଆକଳନ କରାଯାଇଛି । ଅନୁମୋଦିତ ପ୍ରକଳ୍ପଗୁଡ଼ିକ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ଜରିଆରେ ରାଜ୍ୟରେ ପୁଞ୍ଜିନିବେଶ ନିମନ୍ତେ ପ୍ରସ୍ତାବ ଆସିଥିଲା । ପ୍ରକଳ୍ପଗୁଡ଼ିକ ଗଞ୍ଜାମ, କଳାହାଣ୍ଡି, ବାଲେଶ୍ୱର, ଢେଙ୍କାନାଳ, କୋରାପୁଟ, ମୟୂରଭଞ୍ଜ, ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାରେ ସ୍ଥାପିତ ହେବ । ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ୩୦ ତମ ଏଚ୍‌ଏଲ୍‌ସିଏ ବୈଠକ । ଉକ୍ତ ବୈଠକରେ ମେଟାଲ୍ ଓ ମିନେରାଲ୍ କ୍ଷେତ୍ରର ୨ଟି, ଗ୍ରୀନ୍ ଏନର୍ଜିଂ ଓ ଉପକରଣ କ୍ଷେତ୍ରର ୪ଟି ପ୍ରକଳ୍ପ, ପେପର୍ ଶିଳ୍ପର ୨ଟି ପ୍ରକଳ୍ପ,ି ଓ ଆଇଟି ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଗୋଟିଏ ପ୍ରକଳ୍ପ ଅନୁମୋଦନ ଲାଭ କରିଛି ।

ଏଚ୍‌ଏଲ୍‌ସିଏ ୯ଟି ପ୍ରସ୍ତାବରେ ମୋହର ମାରିଛି । ଜଗତ୍‌ସିଂହପୁର, କୋରାପୁଟ୍ ଓ କଳାହାଣ୍ଡିରେ ଏସିଏମ୍‌ଇ କ୍ଲିନ୍ ଏନର୍ଜି ପ୍ରାଃ ଲିମିଟେଡ୍ ମୋଟ୍ ୫୮୨୦୯.୧୩ କୋଟି ଟଙ୍କା ପୁଞ୍ଜିନିବେଶ ପ୍ରସ୍ତାବ ଏଚ୍‌ଏଲ୍‌ସିଏ ମଞ୍ଜୁରୀ ପାଇଛି । ଉକ୍ତ କମ୍ପାନୀ ଜଗତସିଂହପୁର ଜିଲ୍ଲାର କୁଜଙ୍ଗରେ ୧.୧ ମିଲିୟନ କ୍ଷମତା ବିଶିଷ୍ଟ ଗ୍ରୀନ୍ ହାଇଡ୍ରୋଜେନ୍ ପ୍ଲାଣ୍ଟ ଓ ଗ୍ରୀନ୍ ଆମୋନିଆ ପ୍ଲାଣ୍ଟ ସ୍ଥାପନ ହେବ । ସେହିପରି କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ୪୫୦୦ ମେଗାୱାଟ୍ ସୋଲାର୍ ପାୱାର ପ୍ଲା୍‌ଣ୍ଟ ବସାଇବ । ଏଥିଯୋଗୁଁ ମୋଟ ୩,୪୦୦ ଲୋକ ନିଯୁକ୍ତି ସୁଯୋଗ ପାଇବେ । ୨୩,୫୦୦କୋଟି ଟଙ୍କା ବ୍ୟୟରେ ଅଭାଦା ଗ୍ରୀନ୍ ଏଚ-୨ ପ୍ରାଃ ଲିମିଟେଡ୍ ଗଞ୍ଜାମରେ ଗ୍ରୀନ୍ ଆମୋନିଆ ପ୍ରକଳ୍ପ ସ୍ଥାପନ କରିବ । ଏଥିଯୋଗୁଁ ୧୫୦୦ଲୋକ ନିଯୁକ୍ତି ପାଇପରିବେ । ସେହିପରି ୧୧୪୦ କୋଟି ଟଙ୍କା ବ୍ୟୟରେ ରୁଙ୍ଗଟା ମେଟାଲସ ପ୍ରାଃ ଲିମିଟେଡ୍ ମୟୂରଭଞ୍ଜ ଜିଲ୍ଲାରେ ଥିବା ନିଜର ଷ୍ଟିଲ୍ ପ୍ଲାଣ୍ଟକୁ ବାର୍ଷିକ ୦.୫ ନିୟୁତ ଟନ୍‌ରୁ ଏକ ନିୟୁତ ଟନ୍ କ୍ଷମତାକୁ ସମ୍ପ୍ରସାରଣ କରିବ । ଏଥିଯୋଗୁଁ ୧୦୧୦ଜଣଙ୍କୁ ନିଯୁକ୍ତି ସୁଯୋଗ ପାଇବେ । ପାରାଦୀପରେ ଆର୍ସେଲର ମିତ୍ତଲ-ନିପନ୍ ଷ୍ଟିଲ୍ ଇଣ୍ଡିଆ ୩୮ ହଜାର କୋଟି ଟଙ୍କା ବ୍ୟୟରେ ବାର୍ଷିକ ୭ନିୟୁତ ଟନ୍ ବିଶିଷ୍ଟ ଇସ୍ପାତ କାରଖାନା ସ୍ଥାପନ କରିବ । ଏଥିଯୋଗୁଁ ୧୧,୪୯୫ ଯୁବକ-ଯୁବତୀ ନିଯୁକ୍ତି ସୁଯୋଗ ପାଇବେ ।

ଅନ୍ୟପକ୍ଷରେ ୨୦ହଜାର କୋଟି ଟଙ୍କା ବ୍ୟୟରେ ପାରାଦୀପରେ ରିନ୍ୟୁ ଫୁଏଲସ୍ ପ୍ରାଃ ଲିମିଟେଡ୍ ଗ୍ରୀନ୍ ଆମୋନିଆ ପ୍ଲାଣ୍ଟ ବସାଇବ । ଏଥିଯୋଗୁଁ ୨ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ୭୨୦୦ କୋଟି ଟଙ୍କା ବ୍ୟୟରେ ଓସିଓର ଏନର୍ଜି ପ୍ରାଃ ଲିମିଟେଡ୍ କମ୍ପାନୀ ଗୋପାଳପୁରରେ ଗ୍ରୀନ୍ ଆମୋନିଆ ପ୍ଲାଣ୍ଟ ବସାଇବ । ଏଥିଷଯାଗୁଁ ୧୩୦୦ ଲୋକଙ୍କ ପାଇଁ ନିଯୁକ୍ତି ମିଳିବ । ବାଲେଶ୍ୱର ଜିଲ୍ଲା ରେମୁଣା ୨୫୦୦କୋଟି ଟଙ୍କା ବ୍ୟୟରେ ବ୍ୟାଙ୍କ ନୋଟ୍ ପେପର ମିଲ୍ ଇଣ୍ଡିଆ ପ୍ରାଃ ଲିମିଟେଡ୍ ବ୍ୟାଙ୍କ ନୋଟ୍ ପେପର ନିର୍ମାଣ ୟୁନିଟ୍ ସ୍ଥାପନ କରିବ । ଏହା ଭାରତ ସରକାର ଓ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଯୌଥ ଉଦ୍ୟୋଗ । ଏଥିଯୋଗୁଁ ୮୨୫ ଯୁବକ ଯୁବତୀଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ୧ ହଜାର କୋଟି ଟଙ୍କା ବ୍ୟୟରେ ଦିବ୍ୟଶକ୍ତି ଇଣ୍ଡିଆ ପ୍ରାଃ ଲିମିଟେଡ୍ କମ୍ପାନୀ ଢେଙ୍କାନାଳରେ ଗ୍ରୀନ୍‌ଫିଲଡ୍ ପେପର ମିଲ୍ ସ୍ଥାପନ କରିବ । ଏଥିଯୋଗୁଁ ୩ ହଜାର ଲୋକ ନିଯୁକ୍ତି ସୁଯୋଗ ପାଇବେ । ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରାଜଧାନୀ ଭୁବନେଶ୍ୱରରେ ୧୫୨୫କୋଟି ଟଙ୍କା ବ୍ୟୟରେ ମାଇଁ ହୋମ୍ କନଷ୍ଟ୍ରକ୍ସନ ପ୍ରାଃ ଲିଃ ଆଇଟି ଭିତ୍ତିଭୂମି କାର୍ଯ୍ୟ ସହ ଅଧୁନିକ ଯନ୍ତ୍ରପାତି ସ୍ଥାପନ କରିବ । ଏଥିଯୋଗୁଁ ୨୫୦୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ଅନୁମୋଦିତ ଏସବୁ ପ୍ରକଳ୍ପକୁ ରାଜ୍ୟ ସରକାର ସବୁ ପ୍ରକାର ସହାଯୋଗ ଯୋଗାଇଦେବାକୁ ରାଜ୍ୟ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking