32.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶପୂର୍ବ ନିୟମ କାଏମ ରଖିଲେ ସରକାର; ଏହି ରାଜ୍ୟରେ ୨୧ ବର୍ଷରୁ କମ୍ ବୟସ୍କ କିଣିପାରିବେନି...

ପୂର୍ବ ନିୟମ କାଏମ ରଖିଲେ ସରକାର; ଏହି ରାଜ୍ୟରେ ୨୧ ବର୍ଷରୁ କମ୍ ବୟସ୍କ କିଣିପାରିବେନି ମଦ

ବେଙ୍ଗାଲୁରୁ: ମଦ କିଣିବାର ବୟସ ସୀମା ୨୧ ବର୍ଷରୁ ୧୮ ବର୍ଷକୁ ହ୍ରାସ କରିବାର ସରକାରୀ ନିଷ୍ପତ୍ତିକୁ ତୀବ୍ର ବିରୋଧ ଓ ସମାଲୋଚନା ପରେ ନଇଁଲେ ସରକାର । ମଦ କିଣିବା ନେଇ ପୂର୍ବରୁ ଥିବା ଆଇନ ବଳବତ୍ତର ରହିବ । ୧୮ ବର୍ଷ ନୁହେଁ ପୂର୍ବ ଭଳି ୨୧ ବର୍ଷର ଲୋକ ହିଁ ମଦ କିଣିବାର ଆଇନଗତ ଅଧିକାର ପାଇବେ ବୋଲି କର୍ଣ୍ଣାଟକ ସରକାର କହିଛନ୍ତି । ସୂଚନା ଅନୁଯାୟୀ, ମଦ କିଣିବାର ବୟସ ସୀମାକୁ ୨୧ରୁ ୧୮ ବର୍ଷକୁ ହ୍ରାସ କରିବାକୁ ସରକାର ଏକ ଆଇନ ଆଣିବାକୁ ଯାଉଥିଲେ । ହେଲେ ଏହାକୁ ରାଜ୍ୟରେ ତୀବ୍ର ବିରୋଧ କରାଯାଇଥିଲା । ବିରୋଧକୁ ଦେଖି ଶେଷରେ କର୍ଣ୍ଣାଟକର ବିଜେପି ସରକାର ନିଷ୍ପତ୍ତି ବଦଳାଇଛନ୍ତି ବୋଲି ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

କର୍ଣ୍ଣାଟକ ଅବକାରୀ ଆଇନ ସେକ୍ସନ ୩୬(୧)(ଜି) ୧୯୬୫ ଅନୁସାରେ ୧୮ ବର୍ଷରୁ କମ୍ ବୟସର ଲୋକେ ମଦ କିଣିବା ନିଷିଦ୍ଧ କରାଯାଇଛି । ତେବେ ୧୦(୧)(ଇ)(ଜେନେରାଲ୍ କଣ୍ଡିସନ ଅଫ୍ ଲାଇସେନ୍ସ) ନିୟମ ୧୯୬୫ ଅନୁସାରେ, ୨୧ ବର୍ଷରୁ କମ ବୟସର ଲୋକଙ୍କୁ ମଦ ବିକ୍ରି କରିବା ମଧ୍ୟ ନିଷିଦ୍ଧ କରାଯାଇଛି ବୋଲି ରାଜ୍ୟ ଅବକାରୀ ବିଭାଗ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛି । ତେବେ ଏହି ନିୟମରେ ପରିବର୍ତ୍ତନ ଆଣି ସରକାର ନୂଆ ନିୟମ ଉପରେ ବିଚାର କରୁଥିଲେ । ଏଥିପାଇଁ ଲୋକଙ୍କୁ ଠାରୁ ୩୦ ଭିତରେ ଉତ୍ତର ମଗାଯାଇଥିଲା । ତେବେ ନୂଆ ନିୟମକୁ ବିରୋଧ କରାଯିବା ପରେ ଓ ମିଡିଆରେ ଏହାର ସମାଲୋଚନା ହେବା ପରେ ନିୟମକୁ ତୁରନ୍ତ ହଟାଇ ଦିଆଯାଇଛି ବୋଲି କର୍ଣ୍ଣାଟକ ଅବକାରୀ ବିଭାଗ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking