33.1 C
Bhubaneswar
Saturday, April 27, 2024
Homeଓଡିଶାକଟକ ଟାଉନ୍‌ରୁ ୫୩ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଟାଉନ୍‌ରୁ ୫୩ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: କଟକ ଜିଲ୍ଲାରୁ ଆଜି ୭୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୩ ଜଣ କଟକ ସହରର ହୋଇଥିବା ଜଣାପଡ଼ିଛି । ୫୩ ଜଣଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ କେନ୍ଦ୍ରରୁ ୪୩ ଓ ସ୍ଥାନୀୟ ଅଞ୍ଚଳରୁ ୧୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

‎ ଆଜି ଫ୍ରେଣ୍ଡ କଲୋନୀରୁ ଜଣେ, ରାଜା ବଗିଚାରୁ ଜଣେ କୋଭିଡ୍‌ ଯୋଦ୍ଧା, ବାମ୍ଫି ସାହିରୁ ଜଣେ, କନିକା ଛକରୁ ଜଣେ, ଦରଘାବଜାରରୁ ଜଣେ, ମହତାବ ନଗରରୁ ଜଣେ କୋଭିଡ୍‌ ଯୋଦ୍ଧା, ମଧୁପାଟଣା ଜଣେ, ସିଡିଏ ସେକ୍ଟର-୧୦ରୁ ଜଣେ, ସିଡିଏ ସେକ୍ଟର-୭ରୁ ଜଣେ କୋଭିଡ୍‌ ଯୋଦ୍ଧା, ସାହେବଯାଦା ବଜାରରୁ ଜଣେ ଲେଖାଏଁ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ସୁଦ୍ଧା କଟକ ସହରରୁ ୧୭୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୯୨୧ ଜଣ ସୁସ୍ଥ ହୋଇଛନ୍ତି ଓ ୧୦ଜଣଙ୍କର ମୃତ୍ୟୁ ଘଟିଛି । ଏବେ ୭୯୯ଜଣ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking