38.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶମଣିପୁର ଆସୁଛନ୍ତି ୫ଶହ ରାପିଡ୍‌ ଆକ୍ସନ ଫୋର୍ସ

ମଣିପୁର ଆସୁଛନ୍ତି ୫ଶହ ରାପିଡ୍‌ ଆକ୍ସନ ଫୋର୍ସ

ନୂଆଦିଲ୍ଲୀ : ଜଳୁଛି ମଣିପୁର। ସ୍ଥିତି ନିୟନ୍ତ୍ରଣ ପାଇଁ ଇମ୍ପାଲ ଆସୁଛନ୍ତି ୫ଶହ ରାପିଡ୍‌ ଆକ୍ସନ ଫୋର୍ସ । ସ୍ଥିତି ନିୟନ୍ତ୍ରଣ ପାଇଁ ସୁଟ୍‌ ଏଟ୍‌ ସାଇଟ୍‌ ଅର୍ଡର। ନିର୍ଦ୍ଦେଶନାମାରେ ସ୍ୱାକ୍ଷର କରିଛନ୍ତି ରାଜ୍ୟପାଳ। ଚେତାବନୀ ପରେ ମଧ୍ୟ ଯଦି କେହି ହିଂସା କରୁଛନ୍ତି ତେବେ ଗୁଳି ମାରି ପାରିବେ ସୁରକ୍ଷା କର୍ମୀ। ଗତକାଲିଠାରୁ ରାଜ୍ୟରେ ଆଦିବାସୀ-ଅଣଆଦିବାସୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ହିଂସା। ସେନା, ଆସାମ ରାଇଫଲସ, କେନ୍ଦ୍ରୀୟ ରିଜର୍ଭ ଫୋର୍ସ ଓ ରାଜ୍ୟ ପୋଲିସ ମିଳିତ ଭାବେ ହିଂସାକୁ ନିୟନ୍ତ୍ରଣ କରି ପାରିନାହାନ୍ତି। ଏବେ ଏମାନଙ୍କୁ ସହଯୋଗ କରିବାକୁ ୫ଶହ ରାପିଡ୍‌ ଆକ୍ସନ ଫୋର୍ସ ଇମ୍ପାଲ ଯାଇଛନ୍ତି। ଇମ୍ଫାଲ ୱେଷ୍ଟ, କାକ୍‌ଚିଂ, ଥୋଉବଲ, ଜିରିବମ୍‌ ଓ ବିଷ୍ଣୁପୁର ଜିଲ୍ଲା ସହ ଅନେକ ଆଦିବାସୀ ବହୁଳ ଜିଲ୍ଲାରେ କର୍ଫ୍ୟୁ ଲାଗୁ କରାଯାଇଛି।

ଗତକାଲିଠାରୁ ରାଜ୍ୟରେ ୫ ଦିନ ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆଯାଇଛି । ଏଥିସହିତ କର୍ଫ୍ୟୁ ଓ ୧୪୪ ଧାରା ଜାରି କରାଯାଇଥିଲା । ମଙ୍ଗଳବାର ରାତିରେ ଓ ବୁଧବାର ସେନା ଓ ଆସାମ ରାଇଫଲ୍‌ସ ଯବାନମାନେ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ ଏବଂ ଆଜି ସକାଳେ ପୁଣି ଶତାଧିକ ସ୍ଥାନରେ ହିଂସା ଆରମ୍ଭ ହୋଇଯାଇଥିଲା । ହିଂସାପୀଡ଼ିତ ଅଞ୍ଚଳରୁ ୯୦୦୦ରୁ ଅଧିକ ଗ୍ରାମବାସୀଙ୍କୁ ଉଦ୍ଧାର କରି ସେନା ପକ୍ଷରୁ ସୁରକ୍ଷିତ ସରକାରୀ ସ୍ଥାନମାନଙ୍କରେ ରଖାଯାଇଥିଲା । ଅଣ-ଆଦିବାସୀ ମୈତେଇ ଜାତିର ଲୋକଙ୍କ ଅନୁସୂଚିତ ଜନଜାତି ମାନ୍ୟତା ଦାବିକୁ ବିରୋଧ କରି ଏଟିଏସ୍‌ୟୁଏମ୍‌ ପକ୍ଷରୁ ଟ୍ରାଇବାଲ ସଲିଡାରିଟି ମାର୍ଚ୍ଚ ସମୟରେ ସଂଘର୍ଷ ହୋଇଥିଲା ।

.କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସ୍ଥିତି ପ୍ରସଙ୍ଗରେ ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ୍‌ ସିଂଙ୍କ ସହ କଥା ହୋଇଛନ୍ତି। ହିଂସାକୁ ଦମନ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସାହାଯ୍ୟ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ଏଥିସହ ରାଜ୍ୟରେ ଆଇନଶୃଙ୍ଖଳା ରକ୍ଷା କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏହି କଥାବାର୍ତ୍ତା ପରେ ରାଜ୍ୟରେ ଅଧିକ ଫୋର୍ସ ମୁତୟନ ପାଇଁ ନିଷ୍ପତ୍ତି ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking