31.1 C
Bhubaneswar
Monday, April 27, 2026
Homeଓଡିଶାହାତୀ ଆକ୍ରମଣରେ ଜଣେ ମୃତ

ହାତୀ ଆକ୍ରମଣରେ ଜଣେ ମୃତ

ଅନୁଗୋଳ : ଅନୁଗୋଳ ରେଞ୍ଜ୍ ସରଧାପୁର ପଞ୍ଚାୟତ ଗଦେଇମୁଣ୍ଡା ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଗଦେଇମୁଣ୍ଡା ଗ୍ରାମର ମହୀ ପ୍ରଧାନଙ୍କ ପୁଅ ଭୁବନ ପ୍ରଧାନ (୫୦) ବୋଲି ଜଣା ପଡ଼ିଛି। ସୂଚନା ଯୋଗ୍ୟ, ଆଜି ସକାଳ ସମୟରେ ଭୁବନ ଏବଂ ତାଙ୍କ ସ୍ତ୍ରୀ ଗାଁ ନିକଟରେ ଥିବା ଜଙ୍ଗଲକୁ କୌଣସି କାର୍ୟ୍ୟରେ ଯାଇଥିଲେ। ସେହି ସମୟରେ ଦମ୍ପତିଙ୍କୁ ହାତୀ ଗୋଡାଇ ଥିଲା। ଯାହା ଫଳରେ ଭୁବନଙ୍କ ସ୍ତ୍ରୀ ଦୌଡ଼ି ଗାଁକୁ ପଳାଇ ଆସି ଗାଁ ଲୋକ ଏବଂ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଏବଂ ଗାଁ ଲୋକ ଜଙ୍ଗଲକୁ ଯାଇ ଖୋଜାଖୋଜି ପରେ ଦେଖିବାକୁ ପାଇଲେ ଯେ, ଭୁବନ ତଳେ ପଡ଼ିଛନ୍ତି। ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ବନ ବିଭାଗ ଗାଡି ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking