38.7 C
Bhubaneswar
Thursday, June 18, 2026
Homeଓଡିଶାଚାମେଲିଙ୍କ ଚେତାବନୀ: ଗଣଦୁଷ୍କର୍ମ ଧମକ ଦେଇଥିବା ଲୋକଙ୍କୁ ଗିରଫ ନକଲେ ଧାରଣା ଦେବି

ଚାମେଲିଙ୍କ ଚେତାବନୀ: ଗଣଦୁଷ୍କର୍ମ ଧମକ ଦେଇଥିବା ଲୋକଙ୍କୁ ଗିରଫ ନକଲେ ଧାରଣା ଦେବି

କେନ୍ଦ୍ରାପଡା: କେନ୍ଦ୍ରାପଡାର ଚର୍ଚ୍ଚିତ ତିଖିରୀ ପଞ୍ଚାୟତ ସରପଞ୍ଚ ଚାମେଲି ଓଝା ଡିଜିପି ଓ ଆଇଜିପିଙ୍କୁ ଚିଠି ଲେଖି ନ୍ୟାୟ ଦାବି କରିଛନ୍ତି । ଅଭିଯୋଗ ପତ୍ରରେ ସେ ଦାବି କରିଛନ୍ତି ଯେ, ମହାକାଳପଡା ବିଡିଓ କାର୍ଯ୍ୟାଳୟରେ ତାଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ପୋଲିସ ଏଯାଏଁ ଗିରଫ କରିନାହିଁ । ଏବଂ ଘଟଣାରେ କିଛି ଅଧିକାରୀଙ୍କ ଭୂମିକାକୁ ମଧ୍ୟ ତଦନ୍ତ ରୁ ବାଦ ଦିଆଯାଇଛି ।

Image

ଚାମେଲି ଓଝା ଅଭିଯୋଗ କରିଛନ୍ତି ଯେ, ପଞ୍ଚାୟତର ବିକାଶମୂଳକ କାର୍ଯ୍ୟ ବନ୍ଦ ହୋଇଥିବା ନେଇ ସେ ବିଡିଓଙ୍କୁ ଅଭିଯୋଗ ଜଣାଇବାକୁ ଯାଇଥିବା ବେଳେ କିଛି ଲୋକ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ ମାରିଥିଲେ । ଏପରିକି ତାଙ୍କ ମୋବାଇଲ ଛଡାଇ ନେବା ସହ ଗଣଦୁଷ୍କର୍ମର ଧମକ ମଧ୍ୟ ଦେଇଥିବା ସେ ଦାବି କରିଛନ୍ତି । ପରେ ପୋଲିସ ତାଙ୍କୁ ଓ ତାଙ୍କ ସାନ ଭାଇଙ୍କୁ ଥାନାକୁ ନେଇଥିଲା । ଏବଂ ସେଠାରେ ମଧ୍ୟ ତାଙ୍କ ସହ ଅସଦବ୍ୟବହାର କରାଯାଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି । ଚିଠିରେ ସେ ଚାମେଲି ଆହୁରି କହିଛନ୍ତି ଯେ, ଘଟଣା ପରେ ସେ ମହାକାଳପଡା ଥାନାରେ ଏତଲା ଦେଇଥିଲେ । କିନ୍ତୁ ତାଙ୍କ ଅଭିଯୋଗରେ ବିଡିଓ , ଜଣେ ମହିଳା ପୋଲିସ କର୍ମଚାରୀ ଏବଂ ଆଇଆଇସିଙ୍କ ନାମ ଥିବା ସତ୍ତ୍ୱେ ସେମାନଙ୍କ ନାମରେ ମାମଲା ରୁଜୁ କରାଯାଇନଥିବା ଦାବି କରିଛନ୍ତି । ଏହା ସହ ସେ ଓ ତାଙ୍କ ଭାଇଙ୍କୁ ମିଛ ମାମଲାରେ ଜେଲ ପଠାଯାଇଥିବା ଏବଂ ବର୍ତ୍ତମାନ ସେ ଚିକିତ୍ସାଧୀନ ଥିବା କଥା ଉଲ୍ଲେଖ କରିଛନ୍ତି ।ବଡକଥା ହେଉଛି, ଘଟଣାରେ ସମ୍ପୃକ୍ତ ୭ ଜଣ ଅଭିଯୁକ୍ତ ଏଯାଏଁ ଖୋଲାରେ ବୁଲୁଛନ୍ତି । ଏବଂ ସେମାନଙ୍କ ଠାରୁ ତାଙ୍କ ପରିବାରକୁ ବିପଦ ରହିଛି ବୋଲି ଚାମେଲି କହିଛନ୍ତି । ସେ ତୁରନ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ଏହା ନହେଲେ ନିର୍ଦ୍ଦିଷ୍ଟ ସମୟ ପରେ କେନ୍ଦ୍ରାପଡା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳୀନ ଗଣଧାରଣାରେ ବସିବେ ବୋଲି ସେ ଚେତାବନୀ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking