26.1 C
Bhubaneswar
Friday, May 10, 2024
Homeଦେଶ ବିଦେଶସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କବାଦୀ ସଫା

ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କବାଦୀ ସଫା

ଶ୍ରୀନଗର: ମଙ୍ଗଳବାର ବିଳମ୍ବିତ ରାତ୍ରରେ ଜମ୍ମୁ ଓ କଶ୍ମୀରର ଶୋପିଆଁ ଜିଲ୍ଲାରେ ନିରାପତ୍ତା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଘଟିଥିବା ଦୁଇଟି ଏନ୍‌କାଉଣ୍ଟର୍‌ରରେ ୪ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ୩ଜଣଙ୍କର ‘ଜୈଶ୍‌-ଏ-ମହମ୍ମଦ୍‌’ ସହିତ ସମ୍ପର୍କ ଥିବା ବେଳେ ଅନ୍ୟ ଜଣକ ସ୍ଥାନୀୟ ଆତଙ୍କବାଦୀ ବୋଲି ପୁଲିସ ସୂଚନା ଦେଇଛି। ସେହିପରି, ଗୋଟିଏ ଅଭିଯାନ ଶୋପିଆଁ ଦ୍ରାଚ୍‌ ଅଞ୍ଚଳରେ ଚାଲିଥିବା ବେଳେ ଆରଟି ମୂଲୁ ଅଞ୍ଚଳରେ ଚାଲିଛି। ଦ୍ରାଚ୍‌ରେ ୩ଜଣ ଓ ମୂଲୁରେ ୧ଜଣ ଆତଙ୍କବାଦୀଙ୍କୁ ଗୁଳି ମାରି ହତ୍ୟା କରାଯାଇଛି ବୋଲି ପୁଲିସ କହିଛି।

ନିହତ ଆତଙ୍କବାଦୀଙ୍କ ବିଷୟରେ କଶ୍ମୀର ‘ଏଡିଜିପି’ଙ୍କ ସୂଚନାକୁ ଟୁଇଟ୍‌ କରି କଶ୍ମୀର ଜୋନ୍‌ ପୁଲିସ କହିଛି: ନିହତ ଆତଙ୍କବାଦୀ ହାନାନ୍‌ ବିନ୍‌ ୟାକୁବ୍‌ ଏବଂ ଜାମ୍‌ଶେଦ୍‌ ଅକ୍ଟୋବର ୨ ତାରିଖରେ ପୁଲ୍‌ୱାମାର ପିଙ୍ଗ୍‌ଲାନାରେ ହୋଇଥିବା ‘ଏସ୍‌ପିଓ’ ଜାଭେଦ୍‌ ଦାର୍‌ଙ୍କ ହତ୍ୟା ଓ ୨୪ ସେପ୍ଟେମ୍ବରରେ ପଶ୍ଚିମବଙ୍ଗରୁ ଆସିଥିବା ଜଣେ ଶ୍ରମିକର ହତ୍ୟା ଘଟଣାରେ ସମ୍ପୃକ୍ତ ଥିଲେ। ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ମଧ୍ୟ କଶ୍ମୀର ଜୋନ୍‌ ପୁଲିସ ଟୁଇଟ୍‌ କରିଥିଲା ଯେ, ଶୋପିଆଁର ଦ୍ରାଚ୍‌ ଅଞ୍ଚଳରେ ଏନ୍‌କାଉଣ୍ଟର୍‌ ଆରମ୍ଭ ହୋଇଯାଇଛି। ପୁଲିସ ଓ ନିରାପତ୍ତା ବଳ ଏଥିରେ ସାମିଲ ହୋଇଛନ୍ତି। ଦ୍ବିତୀୟ ଏନ୍‌କାଉଣ୍ଟର୍‌ ସଂକ୍ରାନ୍ତରେ ସୂଚନା ଦେଇ ସେମାନେ ଲେଖିଥିଲେ ଯେ, ଶୋପିଆଁର ମୂଲୁ ଅଞ୍ଚଳରେ ଦ୍ବିତୀୟ ଏନ୍‌କାଉଣ୍ଟର୍‌ ଆରମ୍ଭ ହୋଇଛି। ସେଠାରେ ମଧ୍ୟ ପୁଲିସ ଓ ନିରାପତ୍ତା ବଳ ଅଭିଯାନ ଚଳାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking