35.1 C
Bhubaneswar
Saturday, May 4, 2024
Homeଖେଳମୁମ୍ବାଇ ସିନିୟର୍ ଟିମ୍‌ର ୪ ଖେଳାଳି କୋଭିଡ୍ ପଜିଟିଭ୍‌

ମୁମ୍ବାଇ ସିନିୟର୍ ଟିମ୍‌ର ୪ ଖେଳାଳି କୋଭିଡ୍ ପଜିଟିଭ୍‌

ମୁମ୍ବାଇ: ସୟଦ୍ ମୁସ୍ତାକ ଅଲୀ ଟି-୨୦ ଟୁର୍ଣ୍ଣାମେଣ୍ଟ୍ ପୂର୍ବରୁ ମୁମ୍ବାଇ ସିନିୟର୍ ଟିମ୍‌କୁ ଧକ୍କା ଲାଗିଛି । ଟୁର୍ଣ୍ଣାମେଣ୍ଟ୍ ନିମନ୍ତେ ଯାତ୍ରା ପୂର୍ବରୁ ଟିମ୍‌ର ୪ ଜଣ ଖେଳାଳି କୋଭିଡ୍‌-୧୯ ପଜିଟିଭ୍ ଚିହ୍ନଟ ହୋଇ ସ୍କ୍‌ାଡ୍‌ରୁ ବାଦ୍ ପଡ଼ିଛନ୍ତି । ଗୁଆହାଟୀ ଯାତ୍ରା ପୂର୍ବରୁ ବୁଧବାର ସକାଳେ ମୁମ୍ବାଇ ବିମାନ ବନ୍ଦରରେ ଟିମ୍‌ର ସର୍ଫରାଜ୍ ଖାନ୍‌, ପ୍ରଶାନ୍ତ ସୋଲାଙ୍କି, ଶାମ୍ସ ମୁଲାନୀ ଏବଂ ସାଇରାଜ୍ ପାଟିଲ୍‌ଙ୍କ ନମୁନା ପଜିଟିଭ୍ ଆସିଥିଲା । ସମସ୍ତ ୪ ଜଣଙ୍କୁ ଘରକୁ ଫେରାଇ ଦିଆଯିମା ସହ ସାତଦିନ ଆଇସୋଲେସନ୍‌ରେ ରହିବାକୁ ପାଇଁ କୁହାଯାଇଛି । ସେମାନଙ୍କ ବଦଳ ଖେଳାଳିଙ୍କୁ ଅତିଶୀଘ୍ର ପଠାଯିବ ବୋଲି ମୁମ୍ବାଇ କ୍ରିକେଟ୍ ସଂଘ ପକ୍ଷରୁ କୁହାଯାଇଛି ।

ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱାଧୀନ ମୁମ୍ବାଇ ଟୁର୍ଣ୍ଣାମେଣ୍ଟ୍‌ର ଏଲିଟ୍ ଗ୍ରୁପ୍‌-ବି’ରେ କର୍ଣ୍ଣାଟକ, ବେଙ୍ଗଲ, ବରୋଦା, ଛତିଶଗଡ଼ ଓ ସର୍ଭିସେସ୍ ସହ ସ୍ଥାନ ପାଇଛି । ଏହି ଘଟଣା ଆନ୍ତଃକନ୍ଦଳରେ ଯୁଝୁଥିବା ଏମ୍‌ସିରେ ଅସନ୍ତୋଷ ସୃଷ୍ଟି କରିଛି । ଖେଳାଳିମାନେ ଅଭ୍ୟାସ କରୁଥିବା ବାୟୋ ସିକ୍ୟୁରିଟି ଷ୍ଟାଣ୍ଡାର୍ଡକୁ ନେଇ ପ୍ରଶ୍ନ ଉଠିଛି । ସେହିପରି ନିକଟରେ ଖେଳାଳିମାନଙ୍କୁ କମାଣ୍ଡୋ ଟ୍ରେନିଂ ପାଇଁ ସହର ବାହାରକୁ ନିଆଯାଇଥିବାରୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଏମ୍‌ସିର ଜଣେ ଅଧିକାରୀ କହିଛନ୍ତି, ‘ସମସ୍ତ ଖେଳାଳି ୱାଙ୍ଖେଡେ ଷ୍ଟାଡିୟମ୍‌ରେ ସବୁଦିନ ପରି ମଙ୍ଗଳବାର ମଧ୍ୟ ଅଭ୍ୟାସ କରିଥିଲେ ।

ଯାତ୍ରାର ଗୋଟିଏ ଦିନ ପୂର୍ବରୁ ସମସ୍ତ ଖେଳାଳିଙ୍କର ଆର୍‌ଟି-ପିସିଆର୍ ଟେଷ୍ଟ କରାଯାଇଥିଲା ଏବଂ ଯାହାର ରିପୋର୍ଟ ପଜିଟିଭ୍ ଥିବ, ସେମାନଙ୍କୁ ବିମାନ ବନ୍ଦର ଯିବାରକୁ ବାରଣ କରାଯାଇଥିଲା । ମାତ୍ର ସେଠାରେ ସେଠାକୁ ଯାଇଥିଲେ । ପଜିଟିଭ୍ ରିପୋର୍ଟ ଦେଖିବା ପରେ ସେମାନଙ୍କୁ ଫେରାଇ ଦିଆଯାଇଥିଲା ।’ ଟୁର୍ଣ୍ଣାମେଣ୍ଟ୍ ନଭେମ୍ବର ୪ ତାରିଖରେ ଲକ୍ଷ୍ନୌ, ବରୋଦା, ଦିଲ୍ଲୀ, ବିଜୟୱାଡା, ହରିୟାଣା ଓ ଗୁଆହାଟୀରେ ଆୟୋଜିତ ହେବ ଏବଂ ୫ ଦିନିଆ ପ୍ରି-ଟୁର୍ଣ୍ଣାମେଣ୍ଟ୍ କ୍ୱାରେଣ୍ଟାଇନ୍ ପାଇଁ ଗୋଟିଏ ସପ୍ତାହ ପୂର୍ବରୁ ରିପୋର୍ଟ କରିବାକୁ ଖେଳାଳିଙ୍କୁ କୁହାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking