33.1 C
Bhubaneswar
Thursday, April 25, 2024
Homeଖେଳ‘ନମାଜ’ ମନ୍ତବ୍ୟକୁ ନେଇ ୟୁନିସ୍‌ଙ୍କ କ୍ଷମାପ୍ରାର୍ଥନା

‘ନମାଜ’ ମନ୍ତବ୍ୟକୁ ନେଇ ୟୁନିସ୍‌ଙ୍କ କ୍ଷମାପ୍ରାର୍ଥନା

କରାଚି: ଚଳିତ ଟି-୨୦ ବିଶ୍ୱକପ୍‌ରେ ନିଜର ପ୍ରଥମ ମ୍ୟାଚ୍‌ରେ ଭାରତକୁ ୧୦ ୱିକେଟ୍‌ରେ ହରାଇ ପାକିସ୍ତାନ ଐତିହାସିକ ବିଜୟ ହାସଲ କରିଛି । ବିଶ୍ୱକପ୍‌ରେ ପ୍ରଥମ ଥର ପାକିସ୍ତାନ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତକୁ ହରାଇବାରେ ସଫଳ ହୋଇଛି । ଏହି ବିଜୟ ପରେ ପାକିସ୍ତାନର ବହୁ ପୂର୍ବତନ କ୍ରିକେଟର୍ ନିଜ ଟିମ୍‌ର ଜୋର୍‌ଦାର ପ୍ରଶଂସା କରିଥିଲେ, ଯେଉଁଥିରେ ପୂର୍ବତନ ଫାଷ୍ଟ ବୋଲର୍ ୱକାର ୟୁନିସ୍ ମଧ୍ୟ ସାମିଲ ଥିଲେ । ତେବେ ପାକିସ୍ତାନର ବିଜୟରେ ୟୁନିସ୍ ଏତେ ଖୁସି ହୋଇ ଯାଇଥିଲେ ଯେ ଲାଇଭ୍ ଟିଭି ଶୋ’ରେ ଏକ ବିବାଦୀୟ ବୟାନ ଦେଇଥିଲେ । ଭାରତ ବିପକ୍ଷ ମ୍ୟାଚ୍‌ରେ ଡ୍ରିଙ୍କ୍‌ସ ଅବସରରେ ମହମ୍ମଦ ରିଜ୍‌ୱାନ୍ ନମାଜ ପଢ଼ୁଥିବା ଦେଖିବାକୁ ମିଳିଥିଲା, ଯାହାକୁ ୟୁନିସ୍ ଏକ ବିଶେଷ କ୍ଷଣ ବୋଲି କହିଥିଲେ ।

ରିଜୱାନ୍‌ଙ୍କୁ ପ୍ରଶଂସାରେ ପୋତି ପକାଇଥିବା ୟୁନିସ୍ କହିଥିଲେ, ‘ପଡ଼ିଆରେ ରିଜ୍‌ୱାନ୍ ନମାଜ ପଢ଼ିବା ମୋତେ ସବୁଠୁ ଭଲ ଲାଗିଥିଲା, ତାହା ପୁଣି ହିନ୍ଦୁମାନଙ୍କ ମଝିରେ ବସି । ଏହା ମୋ ପାଇଁ ଏକ ବିଶେଷ ମୁହୂର୍ତ୍ତ ଥିଲା ।’ ଏହି ମନ୍ତବ୍ୟର କିଛି ସମୟରେ ୱକାର ୟୁନିସ୍ ସୋସିଆଲ୍ ମିଡିଆରେ ଲୋକଙ୍କ ଟାର୍ଗେଟ୍‌କୁ ଆସିଯାଇଥିଲେ, ଯାହା ଫଳରେ ତାଙ୍କୁ ଟ୍ୱିଟର୍‌ରେ କ୍ଷମା ପ୍ରାର୍ଥନା କରିବାକୁ ପଡ଼ିଥିଲା । ଟ୍ୱିଟ୍ କରି ସେ ଲେଖିଛନ୍ତି, ସେ ସମୟରେ ମୁଁ ଯାହା କହିଦେଇଛି, ତାକୁ ଠିକ୍ ବୋଲି ମାନୁନାହିଁ । ଏହା ଦ୍ୱାରା ବହୁ ଲୋକଙ୍କ ଭାବନାକୁ କଷ୍ଟ ପହଞ୍ଚିଛି । ମୁଁ ଏଥିପାଇଁ କ୍ଷମା ମାଗୁଛି । ମୋର ଭୁଲ୍ ହୋଇଛି । ଜାତି, ଧର୍ମ ଓ ରଙ୍ଗକୁ ଖାତିର ନକରି କ୍ରୀଡ଼ା ଲୋକଙ୍କୁ ଏକଜୁଟ କରିଥାଏ ।’ ୟୁନିସ୍‌ଙ୍କ ଏହି ମନ୍ତବ୍ୟକୁ ନେଇ ଏବେ ବହୁ କ୍ରିକେଟର୍ ନିଜ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଭାରତର ପୂର୍ବତନ ଟେଷ୍ଟ କ୍ରିକେଟର୍ ୱାସିମ୍ ଜାଫର ଟ୍ୱିଟ୍ କରିଛନ୍ତି, ‘ଏହା ୱକାର ୟୁନିସ୍‌ଙ୍କ ସବୁଠୁ ଖରାପ ଏବଂ ନିନ୍ଦନୀୟ ମନ୍ତବ୍ୟ ।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking