26.1 C
Bhubaneswar
Tuesday, May 7, 2024
Homeଅପରାଧହିନ୍ଦୁ ଯୁବତୀଙ୍କୁ ଆଖୁ କ୍ଷେତରେ ଗଣଦୁଷ୍କର୍ମ କଲେ ୪ ମୁସଲିମ ଯୁବକ

ହିନ୍ଦୁ ଯୁବତୀଙ୍କୁ ଆଖୁ କ୍ଷେତରେ ଗଣଦୁଷ୍କର୍ମ କଲେ ୪ ମୁସଲିମ ଯୁବକ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପବିତ୍ର ଅଯୋଧ୍ୟା ଭୂମିରେ ଘୃଣ୍ୟକାଣ୍ଡ । ଜଣେ ହିନ୍ଦୁ ଯୁବତୀଙ୍କୁ ଜୋରଜବରଦସ୍ତ ଟେକି ନେଇ ଗଣଦୁଷ୍କର୍ମ କଲେ ୪ ମୁସଲିମ ଯୁବକ । ଏହି ଅପରାଧିକ କାର୍ଯ୍ୟରେ ୩ ଭାଇ ଅଭିଯୁକ୍ତ ଥିବା ବେଳେ ପୋଲିସ ଏମାନଙ୍କ ବିରୋଧରେ ମାମଲା ରୁଜୁ କରିଛି । ଯୁବତୀଙ୍କୁ ଆଖୁ କ୍ଷେତରେ ଅଭିଯୁକ୍ତମାନେ ଦୁଷ୍କର୍ମ କରିଥିବା ଜଣାପଡ଼ିଛି । ପୀଡ଼ିତାଙ୍କ ଘର ନିକଟରେ ଅଭିଯୁକ୍ତଙ୍କ ଘର ବୋଲି ପୋଲିସ କହିଛି । ପୁରାକଲନ୍ଦର ଥାନା ଅଧୀନ ଏକ ଗାଁରେ ଘଟିଛି ଏହି ନିନ୍ଦନୀୟ ଘଟଣା ।

ପୀଡ଼ିତାଙ୍କ ମାଉସୀଙ୍କ ଅଭିଯୋଗ ଅନୁସାରେ ସେ ଶୁକ୍ରବାର ଅପରାହ୍ନ ସମୟରେ ଆଖୁ କ୍ଷେତରେ ଜଳସେଚନ କରୁଥିଲେ । ହେଲେ ଏହି ୪ ଅଭିଯୁକ୍ତ ବାରମ୍ବାର ମୋଟର ତାର ଖୋଲି ଦେଉଥିଲେ । ଏହାପରେ ସେ ନିଜ ଝିଆରୀ (ପୀଡ଼ିତା)କୁ ମୋଟର ନିକଟରେ ଜଗାଇ ଜଳସେଚନ କରୁଥିଲେ । ଏହି ସମୟରେ ୪ ଜଣ ଅଭିଯୁକ୍ତ ଯୁବତୀଙ୍କୁ ଜୋରଜବରଦସ୍ତ ଉଠାଇ ନେଇ ଆଖୁ କ୍ଷେତରେ ଗଣଦୁଷ୍କର୍ମ କରିଥିଲେ । ଯୁବତୀଙ୍କ ପାଟି ଶୁଣି ଯେତେବେଳେ ମହିଳା ଜଣକ ସେଠାକୁ ଯାଇଥିଲେ ଅଭିଯୁକ୍ତମାନେ ତାଙ୍କୁ ମାରପିଟ କରିବା ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ଏହାପରେ ୪ ମୁସଲିମ ଯୁବକ ପୀଡ଼ିତା ଓ ତାଙ୍କ ମାଉସୀଙ୍କୁ ମାରପିଟ କରିବା ସହ ଦାନ୍ତରେ କାମୁଡି କ୍ଷତାକ୍ତ ମଧ୍ୟ କରିଥିବା ଅଭିଯୋଗ ହୋଇଛି ।

ଏ ସମ୍ପର୍କରେ ପୋଲିସକୁ ଖବର ଦେଲେ ହତ୍ୟା କରିବେ ବୋଲି ଧମକ ମଧ୍ୟ ଦେଇଥିଲେ । ତେବେ ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ପୁରାକଲନ୍ଦର ପୋଲିସ ୨ ଜଣ ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଏବେ ସେମାନଙ୍କ ଚିକିତ୍ସା ଜାରି ରହିଛି । ଏହାସହ ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ୪ ମୁସଲିମ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ । ପୁରାକଲନ୍ଦର ଥାନା ଅଧିକାରୀ ରତନ କୁମାର ଶର୍ମା ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ପୋଲିସ ନିକଟରେ ଏନେଇ ଅଭିଯୋଗ ହୋଇଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ୪ ଜଣ ମୁସଲିମ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ଆଇନ ଅନୁସାରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking