36.1 C
Bhubaneswar
Tuesday, May 28, 2024
Homeଅପରାଧସ୍ତ୍ରୀକୁ ମାଡ଼ ମାରିବା ପରେ ଉଲଗ୍ନ କରି ବୁଲାଇଲା ସ୍ୱାମୀ

ସ୍ତ୍ରୀକୁ ମାଡ଼ ମାରିବା ପରେ ଉଲଗ୍ନ କରି ବୁଲାଇଲା ସ୍ୱାମୀ

ରାଜସ୍ଥାନ: ଅମାନୁଷିକ, ନିଷ୍ଠୁର, ବର୍ବର… ସ୍ୱାମୀ ସାଜିଲା ସୈତାନ । ସ୍ତ୍ରୀକୁ ମାଡ଼ ମାରିବା ପରେ ଉଲଗ୍ନ କରି ବୁଲାଇଲା ସ୍ୱାମୀ । ରାଜସ୍ଥାନର ପ୍ରତାପଗଡ଼ ଜିଲ୍ଲାରେ ମଣିପୁର ଲଜ୍ଜାର ଏଭଳି ପୁନରାବୃତ୍ତି ସାମ୍ନାକୁ ଆସିଛି । ମହିଳାଙ୍କୁ ଉଲଗ୍ନ କରି ବୁଲାଇବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହା ସୂଚନା ମିଳିଛି, ବାପଘର ଓ ଶାଶୁଘର ଲୋକଙ୍କ ମଧ୍ୟରେ ବିବାଦକୁ କେନ୍ଦ୍ରକରି ମହିଳାଙ୍କ ସହ ଏଭଳି ପାଶବିକ ଆଚରଣ କରାଯାଇଛି । ସ୍ୱାମୀ ଓ ଶାଶୁଘର ଲୋକେ ମିଶି ପୀଡିତାଙ୍କୁ ସର୍ବସାଧାରଣରେ ମାଡ ମାରିବା ସହ ନିବସ୍ତ୍ର କରି ବୁଲାଇଛନ୍ତି । ଏହି ଭିଡିଓ ଭାଇରାଲ ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟ୍ୱିଟ୍ କରି ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାଟି ଗତ ସୋମବାର ଦିନ ପ୍ରତାପଗଡ ଜିଲ୍ଲା ଧରିୟାବାଦ ଥାନା ଅନ୍ତର୍ଗତ ପହାଡା ଅଞ୍ଚଳରେ ଘଟିଛି ।

ଉଭୟ ପୀଡିତା ଓ ଅଭିଯୁକ୍ତ ଆଦିବାସୀ ସମାଜର ଅଟନ୍ତି । ସୂଚନା ଅନୁଯାୟୀ, ଗତବର୍ଷ ମହିଳାଙ୍କର ବିବାହ ହୋଇଥିଲା । କୌଣସି କଥାକୁ ନେଇ ତାଙ୍କର ବାପଘର ଓ ଶାଶୁଘର ଲୋକଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏହାକୁ କେନ୍ଦ୍ରକରି ସୋମବାର ଦିନ ସ୍ୱାମୀଙ୍କ ସହ ଶାଶୁଘର ଲୋକେ ମହିଳାଙ୍କୁ ଖୁବ୍ ମାଡ ମାରିଥିଲେ ଏବଂ ନିବସ୍ତ୍ର କରି ବୁଲାଇଥିଲେ । ଏହାର ଭିଡିଓ ଭାଇରାଲ ହେବା ପରେ ଏ ସମ୍ପର୍କରେ ଜଣାପଡିଥିଲା । ଘଟଣାରେ ପୋଲିସ ଆଜି ୩ ଜଣଙ୍କୁ ଗିରଫ କରିଛି । ସୂଚନା ପାଇବା ମାତ୍ରେ ପ୍ରତାପଗଡ ଏସପି, ଡେପୁଟି ଏସପି ଓ ସ୍ଥାନୀୟ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଏସପି ଅମିତ କୁମାର କହିଛନ୍ତି ଯେ, ମାମଲାରେ ଏଫଆଇଆର ରୁଜୁ ହୋଇଛି । ଏହି ପାଶବିକ କାଣ୍ଡରେ ସମ୍ପୃକ୍ତ ସମସ୍ତ ୮ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କୁ ଗିରଫ କରିବାକୁ ପୋଲିସ ଖୋଜାଖୋଜି ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking