39.1 C
Bhubaneswar
Friday, April 26, 2024
Homeଏକ୍ସକ୍ଲୁସିଭ୍ଜାଲ୍ ଦସ୍ତଖତ କରି ସାଢ଼େ ୪ଲକ୍ଷ ଲୁଟିନେଇ ଥିବା ଅଭିଯୋଗ

ଜାଲ୍ ଦସ୍ତଖତ କରି ସାଢ଼େ ୪ଲକ୍ଷ ଲୁଟିନେଇ ଥିବା ଅଭିଯୋଗ

ମୟୁରଭଞ୍ଜ – ଚର୍ଚ୍ଚାରେ ବାରିପଦା ଆଇଟିଡିଏ। ଏକ ଟେଣ୍ଡର କାମ ବିଲରୁ ଜାଲ ଦସ୍ତଖତରେ ଉଠିଗଲା ସାଢେ ଚାରିଲକ୍ଷ ଟଙ୍କା। ତେବେ କାମର ଫାଇଲ ବୈଷୟିକ ତଦାରଖ ଦାୟିତ୍ବରେ ବିଭାଗୀୟ ଜେଇଙ୍କ ପାଖରେ ଥିବା ବେଳେ ସମ୍ଭବ ହେଲା କେମିତି ବୋଲି ଉଠୁଛି ପ୍ରଶ୍ନ।ଅନ୍ୟପଟେ ହୋଇଥିବା ନିର୍ମାଣ କାର୍ଯ୍ୟ ସହ ସମ୍ପୃକ୍ତ ଜେଇ ମେଜରମେଣ୍ଟ ପରେ ବିଲ ପ୍ରସ୍ତୁତ କରି ଆଇଟିଡିଏ ସହକାରୀ ଯନ୍ତ୍ରୀଙ୍କୁ ଦେଇଥିବାରୁ ଫାଇଲ ତାଙ୍କ ପାଖରେ ରହିଥିବା ବେଳେ ଜାଲ ହେଲା କେମିତି ବୋଲି ଅଲଟା ପ୍ରଶ୍ନ ଉଠାଇଛନ୍ତି ସମ୍ପୃକ୍ତ ଜେଇ। ଫଳରେ ଘଟଣା ବେଶ ରହସ୍ୟମୟ ହେଉଥିବାରୁ ଏବେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ମଧ୍ୟ ସମାନ ଭାବରେ ସନ୍ଦେହ ପରିସରକୁ ଟାଣି ହୋଇ ଆସୁଥିବା କୁହାଯାଉଛି। ତେବେ ଠକାମୀର ଶିକାର ହୋଇଥିବା ଠିକାଦାର ତପନ କୁମାର ହାବଡା ଟାଉନଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଠିକାଦାର  ଶ୍ରୀ ହାବଡ଼ାଙ୍କ ଅଭିଯୋଗକ୍ରମେ ବାରିପଦା ଟାଉନ୍ ଥାନା ପୁଲିସ୍ ଆଇଆଇସି ବୀରେନ୍ଦ୍ର ସେନାପତି ୪୧୯/୪୨୦/୪୬୮ ଦଫାରେ ଏକ ମାମଲା ରୁଜୁ କରି ଆଇଟିଡିଏ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। 
ସୂଚନାନୁସାରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ବାରିପଦା ଆଇଟିଡିଏ ପକ୍ଷରୁ ଏକ ଶହେ ଶଯ୍ୟାବିଶିଷ୍ଟ ଜନଜାତି ବାଳିକା ହଷ୍ଟେଲନିର୍ମାଣ କରାଯାଇଥିଲା। କାର୍ଯ୍ୟାଦେଶ ନଂ-୫୫୧୩/ ୯.୧୨.୨୦୧୩ ଅନୁସାରେ ଏହି କାର୍ଯ୍ୟ ସମ୍ପାଦନ ନିମନ୍ତେ ପ୍ରାୟ ୧କୋଟି ୨୦ଲକ୍ଷରୁ ଊର୍ଧ୍ବ ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ହଷ୍ଟେଲ୍ ନିର୍ମାଣ କାର୍ଯ୍ୟ ସମାପ୍ତ ସତ୍ତ୍ୱେ   କାମର ଆହୁରି ଅନେକ ପ୍ରାପ୍ୟ ପାଇନଥିବା କୁହନ୍ତି ଠିକାଦାର। ଏନେଇ ଅନେକଥର ପ୍ରକଳ୍ପ ପ୍ରଶାସକ(ପିଏ) ଆଇଟିଡିଏଙ୍କୁ ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଶେଷରେ ବାଧ୍ୟହୋଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ଠିକାଦାର ତପନ। ଜିଲ୍ଲାପାଳଙ୍କ ହସ୍ତକ୍ଷେପ କରି ଘଟଣାସମ୍ପର୍କରେ ତଦନ୍ତ ପାଇଁ ବର୍ତ୍ତମାନର ପିଏ ବସନ୍ତ କୁମାର ସେଠୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ଆଧାରରେ ଆଇଟିଡିଏ କାର୍ଯ୍ୟାଳୟକୁ ଠିକାଦାର ତାପନଙ୍କୁ ଡକାଇଥିଲେ । ସେଠାରେ ପହଞ୍ଚି କାମର ବିଲ ଫାଇଲରେ ଥିବା ବିଭିନ୍ନ ବିଲ୍ ଭାଉଚର୍ ଚେକ୍ କରିବାରୁ ପାଇବାକୁ ଥିବା ପ୍ରାୟ ସାଢ଼େ ୪ଲକ୍ଷ ଟଙ୍କା ଆଇଟିଡିଏ ଜେଇ ସନ୍ତୋଷ କୁମାର ଦାସ ଉଠାଇନେଇଛନ୍ତି। ଜାଲ୍ ଦସ୍ତଖତ କରି ଶ୍ରୀ ଦାସ ଟଙ୍କା ଉଠାଇ ନେଇଥିବା ବେଳେ ତାଙ୍କୁ ଏସମ୍ପର୍କରେ କୌଣସି ସୂଚନା ଦିଆଯାଇନଥିବା ଥାନାରେ ଅଭିଯୋଗ କରିଥିଲେ ବୋଲି ଠିକାଦାର ଶ୍ରୀ ହାବଡ଼ା ପ୍ରକାଶ କରିଛନ୍ତି।
ସେହିପରି ଟଙ୍କା ଆତ୍ମସାତ ଅଭିଯୋଗକୁ ଜେଇ ଶ୍ରୀ ଦାସ ଅସ୍ବୀକାର କରି ଏପରିକିଛି କରିନାହାନ୍ତି ବୋଲି କହିଛନ୍ତି। ନିର୍ମାଣ କାର୍ଯ୍ୟ ସମ୍ପାଦନ କରିଥିବା ଠିକାଦାରଜଣଙ୍କ କାମ ଶେଷହେବା ପରେ ସମସ୍ତ ଅର୍ଥ ପାଇସାରିଛନ୍ତି। ସେ କୌଣସି ଜାଲ୍ ଦସ୍ତଖତ କରିନାହାନ୍ତି ବରଂ ତାଙ୍କୁ ଫସାଇବାକୁ ସହକାରୀ ଯନ୍ତ୍ରୀ ଏବଂ ଠିକାଦାରଙ୍କ ଏକ ମିଳିତ ଚକ୍ରାନ୍ତ ବୋଲି ଶ୍ରୀ ଦାସ ପ୍ରତିକ୍ରିୟାରେ ପାଲଟା ଅଭିଯୋଗ କରି କହିଛନ୍ତି।
ମାମଲା ରୁଜୁ ପରେ ସଂପୃକ୍ତ ଜେଇ ଶ୍ରୀ ଦାସଙ୍କ ନିକଟରୁ ଆବଶ୍ୟକ ସମସ୍ତ ତଥ୍ୟ ସଂଗ୍ରହ କରିଛି ପୋଲିସ। ଆଇଟିଡିଏ ପିଏ କାର୍ଯ୍ୟ ସମ୍ପର୍କିତ ଫାଇଲ ପୁଲିସକୁ ପ୍ରଦାନ କଲେ ତଦନ୍ତ ପାଇଁ ପୁଲିସକୁ ସହଜ ହେବା ସହିତ ଘଟଣାର ରହସ୍ୟ ଉନ୍ମୋଚନ ସମ୍ଭବ ହେବ।
ତେବେ ଏହି ଘଟଣା ସହିତ ସମ୍ପୃକ୍ତ ଜେଇ ଶ୍ରୀ ଦାସଙ୍କ ବୈଷୟିକ ତତ୍ତ୍ଵାବଧାନରେ ସଂପନ୍ନ ହୋଇଥିବା ସମସ୍ତ ନୂତନନିର୍ମା ଏବଂ ମରାମତି କାର୍ଯ୍ୟକୁ ତଦନ୍ତ ପରିସରଭୁକ୍ତ କରି ଯାଞ୍ଚ କରାଗଲେ କୋଟି କୋଟି ଟଙ୍କାର ହେରାଫେରି ସାମ୍ନାକୁ ଆସିବ। ତେବେ ଏକ୍ଷେତ୍ରରେ ରାଜ୍ୟ ସରକାରଙ୍କ 5T କାର୍ଯ୍ୟକ୍ରମ ମୂଖ୍ୟଙ୍କ ଆନ୍ତରିକତା ଉପରେ ସବୁକିଛି ନିର୍ଭର କରେ ବୋଲି ଆଲୋଚନା ହେଉଛି। ଅନ୍ୟପଟେ ଏଘଟଣା ଲୋକ ଲୋଚନକୁ ଆସିବାପରେ ଫାଇଲରେ ଥିବା ସମସ୍ତ କାଗଜପତ୍ରକୁ ଏବେ ଚତୁରତାର ସହ ନଷ୍ଟ କରିଦେବାର ଆଶଙ୍କା ସୃଷ୍ଟି କରିଛି। ପୁଲିସ୍ ଏବଂ ପ୍ରଶାସନ ପକ୍ଷରୁ ଏହାକୁ ଗୁରୁତ୍ୱର ସହ ନେବାର ଆବଶ୍ୟକତା ଦେଖାଦେଇଛି।
ଯଦିଓ ଘଟଣାଟି ପୁରୁଣା କିନ୍ତୁ ଗୁରୁତ୍ତର ଏବଂ କାର୍ଯ୍ୟାଳୟର ଭାବମୂର୍ତ୍ତି କ୍ଷୁର୍ଣ୍ଣ କରୁଥିଲେ ମଧ୍ୟ ଘଟଣାରେ ମୁହଁ ଖୋଲିନାହାନ୍ତି ବାରିପଦା ଆଇଟିଡିଏ ପିଏ ବସନ୍ତ କୁମାର ସେଠୀ। ଘଟଣା ସମ୍ପର୍କରେ କୌଣସି ମତ ରଖିବାକୁ ଉପଯୁକ୍ତ ଅଧିକାରୀ ନୁହନ୍ତି ବୋଲି କହି ଏଡ଼ାଇଯାଇଥିବା ବେଳେ ଏପରି ସ୍ପର୍ଶକାତର ଘଟଣାରେ *ପିଏ* ଙ୍କ ନିରବତା ଘଟଣାକୁ ଆହୁରି ସନ୍ଦେହ ମଧ୍ୟକୁ ଟାଣିନେଉଛି।
ସୂଚନାଯୋଗ୍ୟ, ଅଭିଯୋଗ ଏବଂ ପାଲଟା ଅଭିଯୋଗ ଅନୁସାରେ ଜେଇ ଏବଂ ସହକାରୀ ଯନ୍ତ୍ରୀ ଉଭୟ ପୂର୍ବରୁ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ଆଲୋଚନା ହେଉଥିବା ଦେଖିବାକୁ ମିଳିଛି। ଯଦିଓ ଅଭିଜ୍ଞ, ଧୁରନ୍ଧର ତଥାପି ସେମାନଙ୍କର ସାଧୁତା, ସ୍ୱଚ୍ଛତା ଏବଂ ଦକ୍ଷତା ଉପରେ କଳାଦାଗ ଲାଗିଯାଇଛି। ଏଭଳି ସ୍ଥିତିରେ ଉଭୟଙ୍କ ଦ୍ୱାରା ହୋଇଥିବା ସମସ୍ତ କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ କୋଟି କୋଟି ଟଙ୍କାର ଅନିୟମିତତା ଘଟଣା ଉପରୁ ପର୍ଦ୍ଧାଫାସ ହେବା ଏକପ୍ରକାର ନିଶ୍ଚିତ ବୋଲି ଦୃଢକ୍ତି ପ୍ରକାଶକରି ସାଧାରଣରେ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଥିବା ବେଳେ ଆଗକୁ ସରକାର କିମ୍ବା 5T ପକ୍ଷରୁ କି ପଦକ୍ଷେପ ଗ୍ରହଣ କରାଯାଉଛି ତାଉପରେ ସମସ୍ତଙ୍କର ନଜର।
– ଘାସିରାମ ବେହେରାଙ୍କ ରିପୋର୍ଟ
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking