39.1 C
Bhubaneswar
Friday, April 26, 2024
Homeଓଡିଶାଗଞ୍ଜାମ ବସ ଦୁର୍ଘଟଣା: ୪ଜଣ ଇଞ୍ଜିନିୟର ସସ୍‌ପେଣ୍ଡ

ଗଞ୍ଜାମ ବସ ଦୁର୍ଘଟଣା: ୪ଜଣ ଇଞ୍ଜିନିୟର ସସ୍‌ପେଣ୍ଡ

ବ୍ରହ୍ମପୁର: ଗଞ୍ଜାମ ବସ ଟ୍ରାଜେଡିରେ ୧୦ଜଣଙ୍କ ମୃତ୍ୟୁ ଘଟଣା । ଗଞ୍ଜାମ ବସ୍ ଟ୍ରାଜେଡି ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଦାୟିତ୍ୱରେ ଅବହେଳା ପାଇଁ ୪ଜଣ ଇଞ୍ଜିନିୟରଙ୍କୁ ନିଲମ୍ବିତ କରାଯାଇଛି ।କାର୍ଯ୍ୟରେ ଅବହେଳା ନେଇ ବିଦ୍ୟୁତ୍ ବିଭାଗର କନିଷ୍ଠ ଯନ୍ତ୍ରୀ , ଏସଡିଓଙ୍କ ସହ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଏବଂ ଏସଡିଓଙ୍କୁ ନିଲମ୍ବିତ କରାଯାଇଛି ।ଜେଇ ଦେବାଶିଷ ନାୟକ, ଏଇ ବିଶ୍ୱରଞ୍ଜନ ମହାପାତ୍ରଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ନେଇ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି ।  ତେବେ ପୂର୍ବରୁ ଘଟଣାର ତଦନ୍ତ କରି ରିପୋର୍ଟ ଦେଇଥିଲା ଶକ୍ତି ବିଭାଗ । ଶକ୍ତି ମନ୍ତ୍ରୀ କ୍ୟାପଟେନ୍ ବିଦ୍ୟଶଙ୍କର ମିଶ୍ର ଙ୍କୁ ବିଭାଗ ପକ୍ଷରୁ ଏହି ରିପୋର୍ଟ ଦିଆଯାଇଥିଲା ।
ଗତକାଲି ଗଞ୍ଜାମ ଜିଲ୍ଲା ମେଣ୍ଡରାଜପୁରରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବସ୍ ଜଳିଯିବା ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ୨୫ ଜଣ ଗୁରୁତର ହୋଇଛନ୍ତି । ଏମାନଙ୍କ ଭିତରୁ ବ୍ରହ୍ମପୁର ଏମକେସିଜିରେ ୧୮ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ, କଟକ ବଡ ମେଡିକାଲରେ ୭ ଜଣଙ୍କ ଚିକିତ୍ସା ଚାଲିଛି । ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିବା ଗୁରୁତରଙ୍କ ମଧ୍ୟରେ ୫ ମହିଳା ଓ ୨ ପୁରୁଷ ଅଛନ୍ତି । ୭ ଜଣଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

https://onakhabar.com/2020/02/10/bus-electric-shock-case/
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking