26.1 C
Bhubaneswar
Wednesday, May 8, 2024
Homeଏକ୍ସକ୍ଲୁସିଭ୍ଜାନୁଆରି୧୫ ପରେ +୩ ପରୀକ୍ଷା

ଜାନୁଆରି୧୫ ପରେ +୩ ପରୀକ୍ଷା

ଭୁବନେଶ୍ୱର:+୩ ପରୀକ୍ଷା ଘୁଞ୍ଚାଇବା ପାଇଁ ଛାତ୍ରଛାତ୍ରୀ ମାନେ ଉତ୍କଳ ବିଶ୍ୱବିଦ୍ୟାଳୟ ଆସି କୁଳପତିଙ୍କ ଅଫିସ ଘେରାଉ କରିଥିଲେ । ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ବିଭିନ୍ନ କଲେଜର ଛାତ୍ରଛାତ୍ରୀ ମାନେ ଆଜି ଦିନ ୧୨ଟାରେ ପ୍ରଥମେ ବିଶ୍ୱବିଦ୍ୟାଳୟ କାର‌୍ୟ୍ୟାଳୟ ପରେ କୁଳପତିଙ୍କ ଅଫିସ ଘେରାଉ କରିଥିଲେ ।
ଫନି ବାତ୍ୟା ପାଇଁ ସେ ସମୟରେ ହେବାକୁ ଥିବା ପରୀକ୍ଷା ୨ ମାସ ଲାଗି ଘୁଞ୍ଚି ଯାଇଥିଲା । ସ୍ଥିତି ସ୍ବାଭାବିକ ହେବା ପରେ ଏବେ ଛାତ୍ର-ଛାତ୍ରୀମାନଙ୍କୁ ଗୋଟିଏ ବର୍ଷରେ ୩ଟି ସେମିଷ୍ଟାର ଦେବାକୁ ପଡ଼ୁଥିବାରୁ ସେମାନେ ଏହାର ବିରୋଧ କରିଥିଲେ । ଏହା ପରେ ପରୀକ୍ଷାକୁ କିଛି ଦିନ ଘୁଞ୍ଚାଇବା ପାଇଁ ବିଭିନ୍ନ କଲେଜର ଛାତ୍ର-ଛାତ୍ରୀମାନେ ମିଳିତ ଭାବେ ଆସି ଉତ୍କଳ ବିଶ୍ବବିଦ୍ୟାଳୟରେ ପହଞ୍ଚି କୁଳପତିଙ୍କୁ ଭେଟି ଦାବି ଜଣାଇବାକୁ ଚାହିଥିଲେ । ତେବେ ଛାତ୍ର-ଛାତ୍ରୀଙ୍କ ଅଫିସ ଘେରାଉ ପରେ ରେଜିଷ୍ଟ୍ରାର ଓ ପରୀକ୍ଷା ନିୟନ୍ତ୍ରକ ଆସି ସେମାନଙ୍କ ସମସ୍ୟା ବୁଝିବା ସହ ବାକିଥିବା ପରୀକ୍ଷା ଜାନୁଆରି ୧୫ ପରେ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking