38.1 C
Bhubaneswar
Friday, April 26, 2024
Homeଓଡିଶାଜାଗୁଳାଇପୀଠରେ ପଣାପିଇ ୨୬ ଅସୁସ୍ଥ

ଜାଗୁଳାଇପୀଠରେ ପଣାପିଇ ୨୬ ଅସୁସ୍ଥ

ବାରିକପୁର : ଲକଡାଉନ ଯୋଗୁ ସୋମବାର ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଭଣ୍ଡାରିପୋଖରୀ ବ୍ଲକ୍ ଅଞ୍ଚଳରେ ଫିକା ପଡିଯାଇଛି । ପାରମ୍ପରିକ ପୂଜାକୁ ଛାଡିଦେଲେ ପ୍ରମୁଖ ଦେବାଦେବୀ ପୀଠ ଗୁଡିକ ଆଜି ଶୁନଶାନ୍ ଦେଖାଯାଉଥିଲା । ଏହାରି ଭିତରେ ସରସଦା ପଞ୍ଚାୟତ ପିରିପୁର ଗ୍ରାମରେ ଏକ ଅଘଟଣ ସମସ୍ତଙ୍କୁ ଚକିତ କରିଦେଇଥିଲା ।
ସୂଚନା ଅନୁଯାୟୀ, ଗାଁ ବୁଢିଜାଗୁଳାଇଙ୍କ ପୀଠରେ ପାରମ୍ପରିକ ପୂଜାପରେ ପୀଠକୁ ବନ୍ଦ କରିଦିଆଯାଇଥିଲା । ଏହାରି ଭିତରେ ଗାଁର କିଛି ପିଲା, ମଧ୍ୟ ବୟସ୍କ ଓ ଯୁବତୀ ବୁଢୀଜାଗୁଳାଇପୀଠର ଅନତୀ ଦୂରରେ ପଣା ତିଆରି କରି ପିଇଥିଲେ । କିଛି ସମୟ ପରେ ପଣାପିଇଥିବା ସମସ୍ତ ବ୍ୟକ୍ତି ଅସୁସ୍ଥ ଅନୁଭବ କରିବାରୁ ସେମାନଙ୍କୁ ତୁରନ୍ତ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା କରିଥିବାବେଳେ ସୁସ୍ଥ ହେବାପରେ ସମସ୍ତଙ୍କୁ ଘରକୁ ପଠାଯାଇଛି । ଘଟଣା ପ୍ରଚାର ହେବାପରେ ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ, ତହସିଲଦାର ମୃତ୍ୟୁଞ୍ଜୟ ଭୂୟାଁ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର କମଳାକାନ୍ତ ସ୍ୱାଇଁ, ଭଣ୍ଡାରିପୋଖରୀ ଥାନା ଅଧିକାରୀ ସନାତନ ସାହୁ ଓ ଧାମନଗର ଥାନା ଅଧିକାରୀ ମାନସ ଗିରି ପ୍ରମୁଖ ପଦାଧିକାରୀମାନେ ପିରିପୁର ଗାଁକୁ ଯାଇଥିଲେ । ସେଠାରେ ଅସୁସ୍ଥ ହୋଇଥିବା ବ୍ୟକ୍ତିବିଶେଷ ଓ ପରିବାର ବର୍ଗଙ୍କୁ ଭେଟି ଘଟଣାର ତଦନ୍ତ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking