28.1 C
Bhubaneswar
Wednesday, April 24, 2024
Homeଓଡିଶାଲକ୍ ଡାଉନ୍ ସମସ୍ୟା : ଚିନ୍ତାରେ ବାଉଁଶ ବୁଣାଳୀ

ଲକ୍ ଡାଉନ୍ ସମସ୍ୟା : ଚିନ୍ତାରେ ବାଉଁଶ ବୁଣାଳୀ

ଫୁଲବାଣୀ : କରୋନା ମୁକାବିଲା ପାଇଁ ଲକଡାଉନ୍ ଜାରି ରହିଛି । ଦିନକୁ ଦିନ ରାଜ୍ୟରେ କରୋନା ବ୍ୟାପିବାରେ ଲାଗିଛି । ଏଭଳି ସ୍ଥିତିରେ ସରକାର ଲକଡାଉନ୍ ଅବଧିକୁ ମଧ୍ୟ ବଢାଇଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ଦିନତମାମ୍ କାମକଲେ ପରବାର ଚଳୁଥିବା ପରିବାରଙ୍କ ପାଇଁ ଏହା ଚିନ୍ତାର କାରଣ ହୋଇଛି । ବିଶେଷକରି ଖଟିଖିଆମାନଙ୍କର ମେରୁଦଣ୍ଡ ଏକ ପ୍ରକାର ଭାଙ୍ଗିଯାଇଥିବା ଜଣାପଡ଼ିଛି । କନ୍ଧମାଳ ଜିଲ୍ଲାରେ ହଜାର ହଜାର କୌଳିକ ବୃତ୍ତି କରି ପେଟ ପୋଷୁଥିବା ବାଉଁଶ କାରିଗର, କମାର, କୁମ୍ଭାର ଓ ଫୁଟପାଥର ଛୋଟ ବେପାରୀମାନେ ଏବେ ଚଳିବା ମୁସ୍କିଲ ହୋଇଗଲାଣି । କ\’ଣ କରିବେ କ\’ଣ ଖାଇବେ, ପରିବାର କିଭଳି ଚଳାଇବେ ସେ ଚିନ୍ତା ଏବେ ଘାରିଛି ସେମାନଙ୍କୁ । ରାଜ୍ୟ ସରକାର ସେମାନଙ୍କ ମଧ୍ୟରୁ ଯେଉଁମାନେ ଯୋଗ୍ୟ ସେମାନଙ୍କୁ କେବଳ ୩ ମାସର ଚାଉଳ ଓ ୧ ହଜାର ଟଙ୍କା ଦେଇଛନ୍ତି । ଆଉ ବୃଦ୍ଧବୃଦ୍ଧାମାନଙ୍କୁ ପେନସନ୍ ଟଙ୍କା ମିଳିଛି । ଏତିକିରେ ସେମାନେ କିଭଳି ଚଳିବେ ବୋଲି ପ୍ରଶ୍ନ କରିଛନ୍ତି । ଦୁଇଓଳା ଦୁଇମୁଠା ଖାଇବା କଷ୍ଟେମଷ୍ଟେ ହୋଇଯାଉଛି । ଆଉ ପାଖରେ କିଛିନାହିଁ, ଯାହା ଦି’ପଇସା ସଞ୍ଚୟ ଟଙ୍କା ଥିଲା ସେସବୁ କେବେଠାରୁ ସରିଗଲାଣି । ଏଣୁ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଚିହ୍ନଟ କରାଯାଇ ଆର୍ଥିକ ସହାୟତା ଓ ଚାଉଳ ପ୍ରଦାନ କରିବାଲାଗି ଦାବି ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking