37.1 C
Bhubaneswar
Sunday, May 5, 2024
Homeଓଡିଶାଗ୍ୟାସ୍ ଲିକ୍ ଯୋଗୁ ୨୫ କର୍ମଚାରୀ ଅସୁସ୍ଥ

ଗ୍ୟାସ୍ ଲିକ୍ ଯୋଗୁ ୨୫ କର୍ମଚାରୀ ଅସୁସ୍ଥ

ବାଲେଶ୍ୱର : ଖନ୍ତାପଡ଼ାରେ ଏକ ପ୍ଲାଣ୍ଟରେ ଆମୋନିଆ ଗ୍ୟାସ୍ ଲିକ୍ । ଗ୍ୟାସ୍ ଲିକ୍ ଯୋଗୁ ୨୫ କର୍ମଚାରୀ ଅସୁସ୍ଥ ହୋଇଛନ୍ତି । ସମସ୍ତ କର୍ମଚାରୀଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । କିଛି ଅସୁସ୍ଥ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ବେଳେ ଆଉ କେତେକ ଅସୁସ୍ଥଙ୍କୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ବାଲେଶ୍ୱର ଖନ୍ତାପଡ଼ାର ଏକ ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟରେ ହୋଇଛି ଗ୍ୟାସ୍ ଲିକ୍ । ଗ୍ୟାସ୍ ଲିକର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି ।

ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା: ଚାଲିଗଲା ୮ଜଣଙ୍କ ଜୀବନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking