29.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶବସ୍‌-ଟ୍ରକ ମୁହାଁମୁହିଁ ଧକ୍କା: ଚାଲିଗଲା ୮ଜଣଙ୍କ ଜୀବନ

ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା: ଚାଲିଗଲା ୮ଜଣଙ୍କ ଜୀବନ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଲଖୀମପୁର ଖେରୀରେ ବସ-ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ୮ ଜଣଙ୍କ ମୃତ୍ୟୁ ହେବା ସହ ୨୫ ଜଣ ଆହତ ହୋଇଛନ୍ତି । ବସଟି ଧଉରାହେରାରୁ ରାଜଧାନୀ ଲକ୍ଷ୍ନୌ ଅଭିମୁଖେ ଆସୁଥିବାବେଳେ ଖେରୀର ଇସନଗର ଇରା ବ୍ରିଜ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ବସରେ ଥିବା ଯାତ୍ରୀଙ୍କ ମଧ୍ୟରେ ୮ ଜଣଙ୍କର ଘଟଣାସ୍ଥଲରେ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ବାସିନ୍ଦା ଓ ଖବର ପାଇ ପୋଲିସ ପହଞ୍ଚି ଉଦ୍ଧାର ଅପରେସନ ଆରମ୍ଭ କରିଥିଲା । ୨୫ରୁ ଅଧିକ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କିଛି ଯାତ୍ରୀ ଗୁରୁତର ଥିବାରୁ ସେମାନଙ୍କୁ ଲକ୍ଷ୍ନୌ ସ୍ଥାନାନ୍ତର କରାଯାଇଥିବା ମଧ୍ୟ ସୂଚନା ମିଳିଛି । ତେବେ ଦୁଇଟି ଗାଡି ଦୃତ ଗତିରେ ଥିବା କାରଣରୁ ଏପରି ଦୁର୍ଘଟଣା ଘଟିିଥିବା ଅନୁମାନ କରାଯାଇଛି । ମୃତାହତଙ୍କ ପରିଚୟ ମଧ୍ୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି । ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରିଛନ୍ତି । କିଛି ଗୁରୁତର ଯାତ୍ରୀଙ୍କୁ ଲକ୍ଷ୍ନୌକୁ ସ୍ଥାନାନ୍ତରିତ କରିବାକୁ ପଡିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଘଟଣା ନେଇ ଶୋକପ୍ରକାଶ କରିବା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି । ସେହିପରି ବରିଷ୍ଠ ଅଧିକାରୀଙ୍କୁ ଆହତଙ୍କୁ ସମସ୍ତ ଚିକିତ୍ସା ସେବା ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking