28.1 C
Bhubaneswar
Friday, April 26, 2024
Homeଓଡିଶାଟଙ୍କା ଗାଡି ଅପହରଣ କରି ୨୪ ଲକ୍ଷ ଲୁଟ

ଟଙ୍କା ଗାଡି ଅପହରଣ କରି ୨୪ ଲକ୍ଷ ଲୁଟ

ବ୍ରହ୍ମପୁର: ଦିନକୁ ଦିନ ରାଜ୍ୟରେ ଅପରାଧ ବଢିବାରେ ଲାଗିଛି । କୋଉଠି ଲୁଟପାତ୍ ହେଉ କି ଚୋରା ବ୍ରାଉନ ସୁଗାର ଚାଲାଣ । ଦିନକୁ ଦିନ ଅପରାଧ ସଂଖ୍ୟା ରାଜ୍ୟରେ ବଢିବାରେ ଲାଗିଛି । ଏହାରି ଭିତରେ ବ୍ରହ୍ମପୁରରେ ଜଣେ ଡ୍ରାଇଭରକୁ ନିଶା ଦେଇ ଟଙ୍କା ଗାଡି ଅପହରଣ କରାଯାଇଥିବା ସୂଚନା ମିଳିଛି । ଏଟିଏମରେ ଟଙ୍କା ଭରିବାକୁ ନିୟୋଜିତ ହୋଇଥିବା ଗାଡି ଅପହରଣ ହୋଇଥିବା ଜଣାପଡିଛି । ତେବେ ଉକ୍ତ ଗାଡିକୁ ପୋଲିସ ଠାବ କରିଥିବା ବେଳେ ,ସେଥିରୁ ୨୪ ଲକ୍ଷ ଟଙ୍କା ଗାଏବ ହୋଇଛି । ସକାଳେ ଏଟିଏମରେ ଟଙ୍କା ଭରିବାକୁ ଏଜିଏସ ସଂସ୍ଥା ଗାଡି ବାହାରିଥିଲା । ଗାଡିରେ ୨୬ ଲକ୍ଷ ଥିଲା । ଡ୍ରାଇଭର ସହ ୪ ଜଣ କର୍ମଚାରୀ ବି ଥିଲେ । ଗୋଟିଏ ଏଟିଏମରେ ୨ ଲକ୍ଷ ଲୋଡ କରି ଅନ୍ୟ ଏଟିଏମକୁ ଯାଇଥିଲେ । ୩ ଜଣ ଏଟିଏମ ଭିତରକୁ ଯାଇଥିବା ବେଳେ ଗାଡିରେ ଡ୍ରାଇଭର ଥିଲେ । କିଛି ସମୟ ପରେ ଡ୍ରାଇଭର ଓ ଗାଡି ନଥିବା ଦେଖିଥିଲେ ୩ କର୍ମଚାରୀ । ଥାନାରେ ଖବର ପରେ ପୋଲିସ ଗୋଳନ୍ଥରାରୁ ଗାଡି ଠାବ କରିଥିଲା । ଗାଡିରେ ଡ୍ରାଇଭର ଅଚେତ ପଡିଥିଲେ ବି ସମସ୍ତ ଟଙ୍କା ଗାଏବ ଥିଲା । ଅଚେତ ଥିବା ଡ୍ରାଇଭର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବର୍ତମାନ ପୋଲିସ ଏହି ଘଟଣାର ତନାଘନା ଜାରି ରଖିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking