29.1 C
Bhubaneswar
Monday, May 6, 2024
Homeଓଡିଶାଦୀର୍ଘ ୨୩ ଘଣ୍ଟା ଧରି ପ୍ରଦୀପଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ଦୀର୍ଘ ୨୩ ଘଣ୍ଟା ଧରି ପ୍ରଦୀପଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ଭୁବନେଶ୍ୱର : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଥିଲା । ଆୟ ବର୍ହିଭୁତ ସମ୍ପତ୍ତିି ଠୁଳ ଅଭିଯୋଗରେ ଗତକାଲି ପ୍ରଦୀପଙ୍କ ଘରେ ରେଡ୍ ହୋଇଥିଲା । ତେବେ ଦୀର୍ଘ ୨୩ ଘଣ୍ଟାର ରେଡ୍ ପରେ ପ୍ରଦୀପଙ୍କ ଘରୂ ଫେରିଲା ଭିଜିଲାନ୍ସ । ଗତକାଲି ସକାଳ ସାଢ଼େ ୭ଟାରୁ ଚାଲିଥିଲା ରେଡ୍ । ଆଜି ସକାଳ ୬ଟାରେ ଚଢ଼ଉ ସାରି ଫେରିଛି ଭିଜିଲାନ୍ସ । ତେବେ ଏହି ଚଢ଼ଉରେ କିଛି ଟଙ୍କା ଓ ଅଧିକ ପରିମାଣରେ ସୁନା ଗହଣା ମିଳିଥିବା ସୂଚନା ମିଳିଛି ।

କଟକ ଭିଜିଲାନ୍ସ ସେଲ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସଂଧ୍ୟା ସୁଦ୍ଧା ବିଧାୟକ ଡ. ପ୍ରଦୀପଙ୍କ ସମ୍ପର୍କୀୟ ଓ ସହଯୋଗୀଙ୍କ ଘରୁ ଜମି କାଗଜପତ୍ର, ଗାଡ଼ି, ସୁନା ଗହଣା, ବ୍ୟାଙ୍କ ପାସବୁକ୍‌, ‌କ୍ରେଡିଟ୍‌ ଏବଂ ଡେବିଟ୍‌ କାର୍ଡ଼, ଲାପଟପ୍‌ ଓ ମୋବାଇଲ୍‌ ମିଳିଛି। ଏହା ସହିତ ଜଣେ ସହଯୋଗୀଙ୍କ ଘରୁ ୨୦ଲକ୍ଷ ଟଙ୍କା ଜବତ କରାଯାଇଥିବା କଟକ ଭିଜିଲାନ୍ସ ସେଲ୍‌ ତରଫରୁ ଜାରି କରାଯାଇଥିବା ପ୍ରେସ୍‌ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଏ ଦିଗରେ ଭିଜିଲାନ୍ସ ବିଭାଗ ଅଧିକ ଖୋଳତାଡ଼ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking