36.1 C
Bhubaneswar
Monday, May 6, 2024
Homeଓଡିଶାରାଜଧାନୀରେ ଟିକାକରଣ ୨୧ ଲକ୍ଷ ପାର୍‌

ରାଜଧାନୀରେ ଟିକାକରଣ ୨୧ ଲକ୍ଷ ପାର୍‌

ଭୁବନେଶ୍ୱର:   କରୋନାକୁ ମାତ୍ ଦେବା ପାଇଁ ରାଜ୍ୟ ସରକାର ଟିକାକରଣ ଅଭିଯାନକୁ ଜୋରଦାର କରିଛନ୍ତି ।  ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟିକାକରଣକୁ ତ୍ୱରିତ କରାଯାଇଛି । ଏହାରି ଭିତରେ ଭୁବନେଶ୍ୱରରେ ମୋଟ୍ ଟିକାକରଣ ୨୧ଲକ୍ଷ ପାର୍ କରିଛି । ବୁଧବାର ୮ହଜାର ଲୋକଙ୍କୁ କୋଭାସ୍କିନ୍‌ର ଡୋଜ୍ ଦିଆଯାଇଛି । ଫଳରେ ବିଏମ୍‌ସି ତଥ୍ୟ ଅନୁଯାୟୀ ଭୁବନେଶ୍ୱରର ମୋଟ ଟିକାକରଣ ୨୧,୦୬, ୪୮୨କୁ ବୃଦ୍ଧି ପାଇଛି । ୧୧,୭୨,୧୮୨ ଜଣଙ୍କୁ ପ୍ରଥମ ଓ ୯,୩୪,୩୦୦ ଜଣଙ୍କୁ ଦ୍ୱିତୀୟ ଡୋଜ୍‌ର ଟିକା ମିଳିଛି । ଯାହା ଭୁବନେଶ୍ୱରକୁ କରୋନା ମୁକାବିଲାରେ ଅଧିକ ସକ୍ଷମ କରିବ ବୋଲି ବିଏମ୍‌ସି ପକ୍ଷରୁ ପ୍ରକାଶ ପାଇଛି । ହେଲେ ଏହିସ୍ଥିତିରେ ଯେଉଁଠି ସାରା ରାଜ୍ୟରେ କରୋନା ଓ ଡେଙ୍ଗୁ ଉଭୟ ସଂକ୍ରମଣ ନିୟନ୍ତ୍ରଣରେ ରହିଛି, ସେଠି ରାଜଧାନୀ ଭୁବନେଶ୍ୱରରେ ଏବେ ବି ଡେଙ୍ଗୁ ଓ କରୋନା ରୋଗୀଙ୍କ ସଂଖ୍ୟା ନିୟନ୍ତ୍ରଣକୁ ଆସୁନାହିଁ । ଗତ କିଛି ଦିନ ହେବ ରାଜ୍ୟରେ କରୋନା ଟେଷ୍ଟ ପଜିଟିଭିଟି ରେଟ୍ (ଟିପିଆର) ଏବେ ୧.୨୦%ରୁ ବି ତଳେ ରହିଛି । ହେଲେ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ଟିପିଆର ଏବେ ମଧ୍ୟ ୩% ରହିଛି । ଫଳରେ ଭୁବନେଶ୍ୱରରେ ଚିକିତ୍ସାଧୀନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇବା ସହ ଏବେ ମଧ୍ୟ ୩୩୯୦ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ଯାହାପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଚିନ୍ତା ଏବେ ଦ୍ୱିଗୁଣିତ ହେବାରେ ଲାଗିିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking