33.1 C
Bhubaneswar
Wednesday, April 24, 2024
Homeଓଡିଶାଟ୍ୟୁସନ୍ ସାର୍ ଲଗାଇଲେ ଚୂନ : ଆଡ୍‌ମିସନ ନା’ରେ ନେଇଗଲେ ସାର୍ଟିଫିକେଟ୍

ଟ୍ୟୁସନ୍ ସାର୍ ଲଗାଇଲେ ଚୂନ : ଆଡ୍‌ମିସନ ନା’ରେ ନେଇଗଲେ ସାର୍ଟିଫିକେଟ୍

ଭୁବନେଶ୍ୱର:  କଲେଜ୍‌ରେ ଆଡ୍‌ମିସନ କରାଇଦେବାକୁ ପ୍ରତିଶ୍ରୁତି ଦେଇ ଜଣେ ଟ୍ୟୁସନ୍ ସାର୍ ଛାତ୍ରୀଙ୍କ ଦଶମ ଶ୍ରେଣୀ ସାର୍ଟିଫିକେଟ୍ ସମେତ ୧୫ହଜାର ଟଙ୍କା ଠକିନେଇ ଫେରାର୍ ହୋଇଯାଇଛନ୍ତି । ଯାହାଫଳରେ ସମ୍ପୃକ୍ତ ଛାତ୍ରୀ ଅନ୍ୟ କେଉଁଠି ନାମ ଲେଖିପାରୁନାହାନ୍ତି। ଏନେଇ ଛାତ୍ରୀଙ୍କ ବାପା ଅଶୋକ କୁମାର ସାହୁ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି ।
ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳର ଅଶୋକ ପରିବାର ସହ ଡୁମୁଡୁମା ଫେଜ୍‍-୪ରେ ରହି ରାଜମିସ୍ତ୍ରୀ ଭାବେ କାମ କରନ୍ତି । ତାଙ୍କ ଝିଅ ଅଙ୍କିତା ସାହୁ ଗତବର୍ଷ ମାଟ୍ରିକ ପାସ୍ କରିଥିଲେ ।

ହେଲେ କମ୍ ନମ୍ବର ରଖିଥିବାରୁ କୌଣସି କଲେଜରେ ଆଡ୍‌ମିସନ ହୋଇପାରିନଥିଲା । ଏହି ସମୟରେ ଡୁମୁଡୁମା ଫେଜ୍‍-୨ରେ କୋଚିଂସେଣ୍ଟର ଖୋଲିଥିବା ବେଗୁନିଆର ପ୍ରତାପ କୁମାର ସାହୁ ତାଙ୍କୁ ପ୍ରତିଶ୍ରୁତି ଦେଇ କହିଥିଲେ ଯେ, ମୁଁ ତୁମ ଝିଅକୁ ନହରକଣ୍ଟାରେ ଥିବା ଜୟଦେବ କଲେଜରେ ନାମ ଲେଖାଇ ଦେବି । ଏଥିପାଇଁ ତୁମକୁ ୧୫ହଜାର ଟଙ୍କା ଓ ଅସଲି ମାଟ୍ରିକ ସାର୍ଟିଫିକେଟ୍‍ ଦେବାକୁ ପଡ଼ିବ। ଟଙ୍କା ଓ ସାର୍ଟିଫିକେଟ ନେବାପରେ ପ୍ରତାପ ଆଉ ଦେଖା ଦେଇନଥିଲେ । ଏମିତିକି ଚାହୁଁଚାହୁଁ ବର୍ଷେ ପୂରିଯାଇଛି । ସାର୍ଟିଫିକେଟ୍ ନଥିବାରୁ ଛାତ୍ରୀ ଆଡ୍‌ମିସନ୍ କରିପାରୁନାହାନ୍ତି । ଶେଷରେ ନିରାଶ ହୋଇ ଅଶୋକ ଖଣ୍ଡଗିରି ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking