33.1 C
Bhubaneswar
Sunday, May 5, 2024
Homeଓଡିଶାଏପ୍ରିଲ ୧୦ରୁ +୨ ପରୀକ୍ଷା ଖାତା ମୂଲ୍ୟାୟନ

ଏପ୍ରିଲ ୧୦ରୁ +୨ ପରୀକ୍ଷା ଖାତା ମୂଲ୍ୟାୟନ

ଭୁବନେଶ୍ୱର : ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ +୨ ଖାତା ମୂଲ୍ୟାୟନ ପ୍ରକ୍ରିୟା । ୨ଟି ପ୍ରର୍ଯ୍ୟାୟରେ ଉଭୟ ଅନ୍ଲାଇନ୍ ଓ ଅଫଲାଇନ୍ରେ ଖାତା ମୂଲ୍ୟାୟନ ହେବା ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଜୁନ୍ ପ୍ରଥମ ସପ୍ତାହ ସୁଦ୍ଧା ସମସ୍ତ ରେଜଲ୍ଟ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି । ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ୬୫ଟି ଅଫଲାଇନ୍ ଜୋନ୍ ହୋଇଥିବା ବେଳେ ୩୯ଟି ଅନ୍ଲାଇନ୍ ଜୋନ୍ କରାଯାଇଛି । ପ୍ରଥମ ପର୍ଯ୍ୟାୟ ଅନଲାଇନ୍ ମୂଲ୍ୟାୟନ ଏପ୍ରିଲ ୧୦ରୁ ଆରମ୍ଭ ହୋଇ ୨୨ ତାରିଖ ମଧ୍ୟରେ ଶେଷ ହେବ । ଅଫଲାଇନ୍ ୧୦ରୁ ଆରମ୍ଭ ହୋଇ ୨୧ ତାରିଖରେ ସରିବ ।

ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଅନ୍ଲାଇନ୍ ମୂଲ୍ୟାୟନ ୨୭ ତାରିଖରୁ ଆରମ୍ଭ ହୋଇ ମେ ୭ତାରିଖ ପର୍ଯ୍ୟନ୍ତ ଚାଲିବ । ଅଫଲାଇନ୍ରେ ୨୩ ଏପ୍ରିଲ୍ରୁ ଆରମ୍ଭ ହୋଇ ମେ୪ରେ ଶେଷ ହେବ । ସମସ୍ତ ଖାତା ଦେଖା ମେ ୭ତାରିଖ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରହିଛି । ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟର ପରୀକ୍ଷା ଫଳ ମେ ୩୧ ସୁଦ୍ଧା ପ୍ରକାଶିତ ହେବ ବୋଲି ସ୍ଥିର ହୋଇଛି । ସେହିପରି କଳା ଓ ଧନ୍ଦାମୂଳକ ପରୀକ୍ଷାର ରେଜଲ୍ଟ ଜୁନ୍ ପ୍ରଥମ ସପ୍ତାହ ସୁଦ୍ଧା ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଥିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking