28.1 C
Bhubaneswar
Friday, April 26, 2024
Homeଓଡିଶା+୨ ନାମଲେଖା ପାଇଁ ଆବେଦନ ଆରମ୍ଭ; ପ୍ରଥମ ଦିନରେ ୪୦ ହଜାରରୁ ଊର୍ଦ୍ଧ୍ୱ ପଞ୍ଜିକରଣ

+୨ ନାମଲେଖା ପାଇଁ ଆବେଦନ ଆରମ୍ଭ; ପ୍ରଥମ ଦିନରେ ୪୦ ହଜାରରୁ ଊର୍ଦ୍ଧ୍ୱ ପଞ୍ଜିକରଣ

ଭୁବନେଶ୍ୱର: ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଜୁନିୟର କଲେଜଗୁଡ଼ିକରେ +୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାରେ ପ୍ରଥମ ବର୍ଷ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ସାମ୍ସ ପୋର୍ଟାଲ ଜରିଆରେ ଛାତ୍ରଛାତ୍ରୀ ପୂର୍ବାହ୍ନ ୧୧ଟାରୁ ଆବେଦନ କରୁଛନ୍ତି । ଆବେଦନର ଶେଷ ତାରିଖ ଜୁନ୍ ୨୦ ରାତି ୧୧ଟା ୪୫ ଧାର୍ଯ୍ୟ କରାଯାଇଛି । ସାମ୍ସ ପୋର୍ଟାଲରୁ ମିଳିଥିବା ସୂଚନା ଅନୁସାରେ, ଆଜି ପ୍ରଥମ ଦିନରେ ରାତି ୭ଟା ସୁଦ୍ଧା ୪୦ ହଜାର ୭୨୪ ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିବା ବେଳେ ୨୪ ହଜାର ୮୦୯ ଜଣ ଆବେଦନ କରିଛନ୍ତି । ୨୪ ହଜାର ୫୧୭ ଜଣ ଅନଲାଇନରେ ଦେୟ ପୈଠ କରିଛନ୍ତି ।

ଚଳିତଥର ଯୁକ୍ତଦୁଇ ଆସନ ବୃଦ୍ଧି କରାଯାଇଛି । ୧୦୬ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲାଯିବା ପାଇଁ ପଦକ୍ଷେପ ନିଆଯାଇଛି । ରାଜ୍ୟର ମୋଟ୍ ୨୧୦୯ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୫ ଲକ୍ଷ ୧୬ ହଜାର ୬୧୮ ଆସନ ରହିଛି । ଏଥିମଧ୍ୟରେ କଳାରେ ୨ ଲକ୍ଷ ୮୯ ହଜାର ୬୯୮, ବିଜ୍ଞାନରେ ୧ ଲକ୍ଷ ୫୯ ହଜାର ୪୧୨, ବାଣିଜ୍ୟରେ ୪୪,୩୮୮, ସଂସ୍କୃତରେ ୧୩,୧୦୮ ଏବଂ ଧନ୍ଦାମୂଳକ ଶିକ୍ଷାରେ ୧୦,୦୧୨ ଆସନରେ ନାମଲେଖା ପ୍ରକ୍ରିୟା ଅନୁଷ୍ଠିତ ହେବ ।

କଟଅଫ୍ ମାର୍କ ଅନୁସାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଜୁନ୍ ୨୮ ତାରିଖ ସକାଳ ୧୧ଟା ୪୫ରେ ପ୍ରକାଶ ପାଇବ । ପ୍ରଥମ ପର୍ଯ୍ୟାୟ ମେଧା ତାଲିକାରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ଜୁନ୍ ୨୯ରୁ ଜୁଲାଇ ୫ତାରିଖ ସନ୍ଧ୍ୟା ୬ଟା ସୁଦ୍ଧା ନାମ ଲେଖାଇବେ । ସେହିପରି ୨ୟ ପର୍ଯ୍ୟାୟ ମେଧା ତାଲିକା ଜୁଲାଇ ୧୩ ତାରିଖ ଅପରାହ୍ଣ ୩ଟାରେ ପ୍ରକାଶ ପାଇବ । ୨ୟ ପର୍ଯ୍ୟାୟ ନାମଲେଖା ଜୁଲାଇ ୧୪ରୁ ୧୭ତାରିଖ ପର୍ଯ୍ୟନ୍ତ ୩ଦିନ ଚାଲିବ । ଦୁଇଟି ପର୍ଯ୍ୟାୟରେ ନାମଲେଖା ପ୍ରକ୍ରିୟା ଶେଷ ହେବା ପରେ ଯଦି ଆସନ ଖାଲି ପଡ଼େ ତାହାହେଲେ ସ୍ପଟ୍ ନାମଲେଖା ଲାଗି ତାଲିକା ଜୁଲାଇ ୨୬ତାରିଖ ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ । ଜୁଲାଇ ୨୯ରୁ +୨ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ ବୋଲି ଧାର୍ଯ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking