28.1 C
Bhubaneswar
Friday, March 29, 2024
Homeଅପରାଧନକଲି ପୁଲିସ ପରିଚୟ ଦେଇ ଅପହରଣ ଅଭିଯୋଗରେ ଅନ୍ୟ ଜଣେ ଗିରଫ

ନକଲି ପୁଲିସ ପରିଚୟ ଦେଇ ଅପହରଣ ଅଭିଯୋଗରେ ଅନ୍ୟ ଜଣେ ଗିରଫ

ଭୁବନେଶ୍ୱର: ନକଲି ପୁଲିସ ପରିଚୟ ଦେଇ ଅପହରଣ ଏବଂ ଚୋରି ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଅଜୁ ଓରଫ ରାକେଶ ପାତ୍ର । ତାଙ୍କ ଘର ଜଗତସିଂହପୁର ଜିଲା ପାଣି ସାଲିଆ ଗ୍ରାମରେ । ସୂଚନା ଯୋଗ୍ୟ ଯେ, ଘଟଣା ଦିନ ଅଭିଯୋଗକାରୀ ଜଣକ ନହରକଣ୍ଟା ଅଞ୍ଚଳରୁ ଭୁବନେଶ୍ୱର ଫେରିବା ସମୟରେ ଅସୁସ୍ଥ ଲାଗିବାରୁ ସପ୍ତସତୀ ମନ୍ଦିର ନିକଟରେ ନିଜର କାରକୁ ପାର୍କିଂ କରି ବିଶ୍ରାମ ନେଉଥିଲେ । ଏହି ସମୟରେ ଅଜୁ ଏବଂ ତାଙ୍କର ଜଣେ ସହଯୋଗୀ ଏକ ଚୋରା ବାଇକରେ ଆସି ତାଙ୍କୁ ପୁଲିସର ପରିଚୟ ଦେବା ସହିତ ଏଠି କାହିଁକି ବିଶ୍ରାମ କରୁଛ କହି ଉକ୍ତ କାରରେ ତାଙ୍କୁ ବସାଇ ପୁଲିସ ଷ୍ଟେସନ୍ ଆଡକୁ ନେଇଯାଇଥିଲେ ।

ଉଭୟ ଅଭିଯୁକ୍ତଙ୍କ ଉପରେ ସନ୍ଦେହ ହେବାରୁ ଅଭିଯୋଗକାରୀ ଜଣକ ରାସ୍ତାରେ ଉପସ୍ଥିତ ବୁଦ୍ଧି ଖଟାଇ ଗାଡ଼ିରୁ ଡେଇଁ ପଡ଼ିଥିଲେ । ପରେ ଅଭିଯୁକ୍ତ ମାନେ କାରକୁ ନେଇ ସେଠାରୁ ଫେରାର ହୋଇଯାଇଥିଲେ । ଘଟଣାର ଅଭିଯୋଗପରେ ମଞ୍ଚେଶ୍ୱର ଥାନା ପୁଲିସ ମାମଲାର ତଦନ୍ତ କରି ପୂର୍ବରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅଭିଯୁକ୍ତଙ୍କ ନିକଟରୁ ସମ୍ପୃକ୍ତ ଚୋରା କାରକୁ ଜବତ କରି ଅଭିଯୋଗକାରୀଙ୍କୁ ହସ୍ତାନ୍ତର କରିଥିଲେ । ଆଜି ଅନ୍ୟଜଣେ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଛନ୍ତି । ଅଜୁଙ୍କ ନାମରେ ପୂର୍ବରୁ ମଧ୍ୟ ଜଗତସିଂହପୁର ଥାନାରେ ଦୁଇଗୋଟି ମାମଲା ରହିଥିବା ତଦନ୍ତ ବେଳେ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking