38.1 C
Bhubaneswar
Friday, April 26, 2024
Homeଓଡିଶାଅଗଷ୍ଟ ୩ୟ ସପ୍ତାହରେ ଯୁକ୍ତ ଦୁଇ ପରୀକ୍ଷା ଫଳ

ଅଗଷ୍ଟ ୩ୟ ସପ୍ତାହରେ ଯୁକ୍ତ ଦୁଇ ପରୀକ୍ଷା ଫଳ

ଭୁବନେଶ୍ଵର: ଚଳିତ ମାସରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ସୂଚନା ଦେଇଛନ୍ତି। ​‌ସେ କହିଛନ୍ତି ଯେ ଖାତା ଦେଖା ସରିଛି ଓ ଟାବୁଲେସନ ଚାଲିଛି । ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଅଗଷ୍ଟ ୩ୟ ସପ୍ତାହ ଓ କଳା ପରୀକ୍ଷାଫଳ ଶେଷ ସପ୍ତାହରେ ପ୍ରକାଶ ପାଇଁ ଲକ୍ଷ୍ୟ ରଖାଯାଇଛି ।
ଏହି ଅବସରରେ ସମୀର ଦାଶ ଛାତ୍ରଛାତ୍ରୀମାନଙ୍କୁ ଅନଲାଇନ ଶିକ୍ଷା ଦିଆଯିବା ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟର ୧୦୧ ଉତ୍କର୍ଷ ବିଦ୍ୟାଳୟ, ୩୦ ଜିଲ୍ଲାର ୩୦ଟି ଯୁକ୍ତ ଦୁଇ କଲେଜ୍ ଓ ଶିକ୍ଷକ ଶିକ୍ଷା କଲେଜର ଶିକ୍ଷକଙ୍କୁ ନେଇ ଆଜିଠୁ ଆରମ୍ଭ ହେଲା ଅନଲାଇନ ତାଲିମ୍। ଶିକ୍ଷାନଷ୍ଠାନ ଗୁଡ଼ିକରେ ଶିକ୍ଷାଦାନ ଯେପରି କରୋନା ପାଇଁ ପ୍ରଭାବିତ ନହେଉ ଏବଂ ରେଜଲ୍ଟ ହାର ବଢୁ ସେଥିଲାଗି ଏହି ନିଷ୍ପତ୍ତି ନିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking