ବାରିପଦା: ନାବାଳିକା ଗଣଦୁଷ୍କର୍ମ ମାମଲାରେ ୨ ଦୋଷୀଙ୍କୁ ୨୦ ବର୍ଷ ସଜା ଶୁଣାଇଲା କୋର୍ଟ । ୨୦୧୬ରେ ବିଶୋଇ ଥାନା ଅଂଚଳରେ ଗଣଦୁଷ୍କର୍ମ ପାଇଁ ଦଣ୍ଡାଦେଶ ମିଳିଥିବା ସୂଚନା । ଦୋଷୀ ମାଷ୍ଟର ହେମ୍ବ୍ରମ୍ ଓ ତପନ ମୁର୍ମୁଙ୍କୁ ଜେଲ୍ ସହ ଜରିମାନା ଦେବାକୁ ଦଣ୍ଡାଦେଶ ମିଳିଥିବା ସୂଚନା । ଦଣ୍ଡାଦେଶ ଶୁଣାଇଲେ ବାରିପଦା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ।