32.1 C
Bhubaneswar
Sunday, April 28, 2024
Homeଓଡିଶାମର୍ମନ୍ତୁଦ ଦୁର୍ଘଟଣା ; ୧୦ ମୃତ, ଅନେକ ଆହତ

ମର୍ମନ୍ତୁଦ ଦୁର୍ଘଟଣା ; ୧୦ ମୃତ, ଅନେକ ଆହତ

ଶ୍ରୀନଗର : ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଝଜ୍ଜର କୋଟଲୀ ନିକଟରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ପୋଲ ତଳକୁ ଏକ ଯାତ୍ରୀବାହୀ ବସ୍‌‌ ଖସି ଯାଇ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ଚିକିତ୍ସା ଜମ୍ମୁର ହସ୍ପିଟାଲରେ କରାଯାଉଛି।

ମିଳିଥିବା ସୂଚନାନୁଯାୟୀ, ଛଅ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ବସ ଚାଳକ ସାମିଲ ରହିଛନ୍ତି। ଆହତଙ୍କ ମଧ୍ୟରେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ସଭିଁଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ଏହି ଯାତ୍ରୀବାହୀ ବସ୍‌‌ଟି ଅମୃତ ସହରରୁ ବୈଷ୍ଣୋ ଦେବୀ (କଟାଡ) ଯାଉଥିଲା। ବସରେ ପ୍ରାୟ ୬୦ ଯାତ୍ରୀ ଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସମସ୍ତ ଯାତ୍ରୀ ବିହାର ରାଜଧାନୀ ପଟନାର ବାସିନ୍ଦା ଥିଲେ ବୋଲି କୁହାଯାଉଛି। ବସଟି ୪୪ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ଝଜ୍ଜର କୋଟଲୀରେ ପୋଲ ଉପରେ ଯାଉଥିବା ବେଳେ ଅନିୟନ୍ତ୍ରିତ ହୋଇ ତଳକୁ ଖସି ପଡିଥିଲା। ଏହି ଦୁର୍ଘଟଣା ଜମ୍ମୁ ଜିଲାରୁ ୧୫ କିଲୋମିଟର ଦୂର ଝଜ୍ଜରରେ ଘଟିଛି। ଘଟଣାର ତଦନ୍ତ ଜାରି ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking