43.9 C
Bhubaneswar
Friday, April 19, 2024
Homeଓଡିଶାଏହି ଦିନ ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ଏହି ଦିନ ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର: ମଇ ୩୧ ତାରିଖ ଅର୍ଥାତ୍ ବୁଧବାର ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ । ଏନେଇ CHSE ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି । ବୁଧବାର ଦିନ ଯୁକ୍ତ ୨ ବିଜ୍ଞାନ  ଓ ବାଣିଜ୍ୟ ଫଳ ପ୍ରକାଶ ପାଇବା ପରେ ପରବର୍ତ୍ତୀ ସମୟରେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି । ତେବେ ଜୁନ୍ ୮ ତାରିଖ ସୁଦ୍ଧା କଳା ଓ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ ପାଇବା ନେଇ ଆଶା କରାଯାଉଛି ।

ସୂଚନାଯୋଗ୍ୟ, ୧୫ ଦିନ ହେବ CBSE ଓ CISCE ପରୀକ୍ଷା ଫଳ ବାହାରି ସାରିଥିବାବେଳେ ଏଯାଏଁ ରାଜ୍ୟ ବୋର୍ଡ଼ର ଯୁକ୍ତ ଦୁଇ ପରୀକ୍ଷା ଫଳ ବାହାରିନଥିବାରୁ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ ପଡ଼ିଛନ୍ତି । ସେପଟେ ଆଡ଼ମିଶନ ଲାଗି ସମୟ ଗୁଡୁଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ । ଅନ୍ୟପଟେ ନେଇ ନୀରବଦ୍ରଷ୍ଟା ସାଜିଛି ଉଚ୍ଚ ମାଧ୍ଯମିକ ଶିକ୍ଷା ପରିଷଦ । ପ୍ରକାଶ ଥାଉ କି, ଗତ ମାର୍ଚ୍ଚ ମାସ ୧ ତାରିଖରେ ଯୁକ୍ତ ୨ ପରୀକ୍ଷ  ଆରମ୍ଭ ହୋଇଥିଲା ।

ପ୍ରାୟ ୧୯ଟି ସିଟିଂରେ ଏପ୍ରିଲ ୫ ତାରିଖ ଯାଏଁ ପରୀକ୍ଷା ଚାଲିଥିଲା । ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୦ରୁ ୨୨ ମଧ୍ଯରେ ଅନଲାଇନରେ ପରୀକ୍ଷା ଖାତା ଦେଖାଯାଇଥିବାବେଳେ ଏପ୍ରିଲ ୧୦ରୁ ୨୧ ମଧ୍ଯରେ ଅଫଲାଇନରେ ଖାତା ଦେଖାଯାଇଛି । ପ୍ରଥମ ପର୍ଯ୍ୟାୟ ଅନଲାଇନ ଖାତା ଦେଖାରେ ପ୍ରାୟ ୩ ହଜାର ଓ ଅଫଲାଇନରେ ପ୍ରାୟ ୫ ହଜାର ମୂଲ୍ୟାୟନକାରୀ ନିୟୋଜିତ ହୋଇଥିଲେ । ବିଜ୍ଞାନ ଓ ବାଣିଜ୍ୟ ବିଷୟ ଗୁଡ଼ିକର ଇ- ମୂଲ୍ୟାୟନ ଲାଗି ୩୯ଟି ଓ ମାନୁଆଲ ମୂଲ୍ୟାୟନ ହେବାକୁ ଥିବା କଳା ଓ ଧନ୍ଦାମୂଳକ ବିଷୟ ଗୁଡ଼ିକ ଲାଗି ୬୫ଟି କେନ୍ଦ୍ର କରାଯାଇଥିଲା ।

ପରବର୍ତ୍ତୀ ପର୍ଯ୍ୟାୟରେ ଉଭୟ ଅନଲାଇନ ଓ ଅଫଲାଇନ ଖାତା ଦେଖା ହୋଇଥିଲା । ସେହିପରି ୨ୟ ପର୍ଯ୍ୟାୟରେ ଏପ୍ରିଲ ୨୫ରୁ ମଇ ୭ ତାରିଖ ପର୍ଯ୍ୟନ୍ତ ଅନଲାଇନ ଓ ୨୩ ଏପ୍ରିଲରୁ ମଇ ୪ ତାରିଖ ପର୍ଯ୍ୟନ୍ତ ଅଫଲାଇନରେ ଖାତା ମୂଲ୍ୟାୟନ କରାଯାଇଛି । ମୂଲ୍ୟାୟନ୍ ସରିବା ପରେ ଏବେ ରାଜ୍ୟ ବାହାରର ଏକ ଆଇଟି ସେଣ୍ଟରରେ ଏହାର ଡ଼ାଟାବେସ ପ୍ରସ୍ତୁତ କରାଯିବ ସହ ମାର୍କସିଟ୍ ଓ ସାର୍ଟିଫିକେଟ୍ ମଧ୍ଯ ପ୍ରସ୍ତୁତ କରାଯାଇଥିଲା । ପରେ ଏ ସମସ୍ତ କାର୍ଯ୍ୟ ୨୮ ତାରିଖ ସୁଦ୍ଧା ଶେଷ ହୋଇଛି । ଏବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦil ofଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ କରିବା ନେଇ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking