27.1 C
Bhubaneswar
Tuesday, March 19, 2024
Homeଓଡିଶାଆଜି ଭୁବନେଶ୍ୱରରୁ ଆଉ ଦୁଇ ପଜେଟିଭ ଚିହ୍ନଟ

ଆଜି ଭୁବନେଶ୍ୱରରୁ ଆଉ ଦୁଇ ପଜେଟିଭ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବଢି ଚାଲିଛି କରୋନା ରୋଗୀଙ୍କ ସଂଖ୍ୟା । ଦିନକୁ ଦିନ ଏହା ବଢୁଛି ପଛେ ହେଲେ କମିବାର ନାଁ ନେଉନାହିଁ । ଆଜି ବି ଭୁବନେଶ୍ୱରରୁ ଆଉ ଦୁଇ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଦୁଇ ଜଣଙ୍କ ମଧ୍ୟରୁ ଗାଡକଣ ଅଂଚଳର ଜଣେ ୪୬ ବର୍ଷୀୟା ମହିଳା । ସିଏ ଆପୋଲରେ କର୍ମଚାରୀ ବୋଲି ସୂଚନା ମିଳିଛି । ଅନ୍ୟଟି ହେଉଛି ହୋମକ୍ୱାରେଣ୍ଟାଇନ କେସ । ନୟାପଲ୍ଲୀ ଅଂଚଳର ଜଣେ ୩୦ ବର୍ଷୀୟ ପୁରୁଷ । ତାଙ୍କ ପରିବାରରେ ପୂର୍ବରୁ ଚିହ୍ନଟ ହୋଇଥିବା ଜଣେ କରୋନା ପଜେଟିଭଙ୍କ ସଂସ୍ପର୍ଶରେ ଆସି ସେ ସଂକ୍ରମିତ ହୋଇଛନ୍ତି ।

ଅନ୍ୟପଟେ ୪ ଜଣ କରୋନାରୁ ସୁସ୍ଥ ମଧ୍ୟ ହୋଇଛନ୍ତି । ଜିଜିପି କଲୋନୀର ଜଣେ ୪୦ ବର୍ଷୀୟ ପୁରୁଷ ସୁସ୍ଥ ହୋଇଥିବା ବେଳେ ଘାଟିକିଆ ଅଂଚଳରୁ ଜଣେ ୨୬ ବର୍ଷୀୟ ପୁରୁଷ ବି ସୁସ୍ଥ ହୋଇଛନ୍ତି । ସେହିଭଳି ଡୁମୁଡୁମା ରୁ ଜଣେ ୫୦ ବର୍ଷୀୟ ବ୍ୟକ୍ତି କରୋନାରୁ ସୁସ୍ଥ ହେବା ସହ ନୟାଗଡ ଜିଲ୍ଲାରେ ବି ୩୭ ବର୍ଷୀୟ ଜଣେ ବ୍ୟକ୍ତି ସୁସ୍ଥ ହୋଇଛନ୍ତି ।
ତେବେ ସୂଚନା ଯୋଗ୍ୟ  ଆଜି  ରାଜ୍ୟରେ ଆଉ ୧୧୨ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୯୮କୁ ବୃଦ୍ଧିପାଇଛି । ଚିହ୍ନଟ ହୋଇଥିବା ୧୨୧ଜଣଙ୍କ ମଧ୍ୟରୁ ୧୦୭ଜଣ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଥିଲେ ଓ ଅନ୍ୟ ୫ଜଣ ସ୍ଥାନୀୟ ମାମଲା ବୋଲି ଜଣାପଡ଼ିଛି ।
https://onakhabar.com/2020/06/12/112-corona-positive-identified-in-odisha/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking