25.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶଖେଳ ହେଲା କାଳ; କାର୍‌ରେ ଭିତରେ ଶ୍ୱାସରୁଦ୍ଧ ହୋଇ ୨ ଶିଶୁ ମୃତ

ଖେଳ ହେଲା କାଳ; କାର୍‌ରେ ଭିତରେ ଶ୍ୱାସରୁଦ୍ଧ ହୋଇ ୨ ଶିଶୁ ମୃତ

ଉତ୍ତରପ୍ରଦେଶ : କାର୍ ଭିତରେ ଶ୍ୱାସରୁଦ୍ଧ ହୋଇ ୨ ଶିଶୁ ମୃତ, ୨ ଗୁରୁତର । ଏଭଳି ଅଭାବାନୀୟ ଘଟଣା, ଉତ୍ତରପ୍ରଦେଶ ମୋରଦାବାଦ୍ ସହରରେ ଘଟିଛି । ୪ରୁ ୭ବର୍ଷ ମଧ୍ୟରେ ୪ଜଣ ଶିଶୁ କାର୍ ଭିତରେ ଖେଳୁଥିବା ବେଳେ କାର୍ ଲକ୍ ହୋଇଯିବାରୁ ବାହାରି ପାରି ନଥିଲେ । ଯାହା ଫଳରେ ଶ୍ୱାସରୁଦ୍ଧ ହୋଇ ଜୀବନ ଗଲା । ଅନ୍ୟ ଦୁଇଜଣ ଶିଶୁଙ୍କୁ ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ୪ ଶିଶୁ କାର୍ ଭିତରେ ଖେଳୁଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ନ ବାହାରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ଏହା ପରେ କାର୍ ଭିତରୁ ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତାରଖାନା ନେଇଥିଲେ । ସେଠାରେ ଡାକ୍ତର ୨ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ । ଆଉ ୨ ଶିଶୁ ଚିକିତ୍ସାଧୀନ ଥିବାେବେଳ ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।
https://onakhabar.com/2020/06/16/three-terrorists-killed-in-jammu-and-kashmir/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking