26.1 C
Bhubaneswar
Wednesday, May 8, 2024
Homeଅପରାଧବଧୂ ହତ୍ୟା : ସ୍ୱାମୀ ଓ ଶ୍ୱଶୁରକୁ ଆଜୀବନ ଜେଲ୍‌

ବଧୂ ହତ୍ୟା : ସ୍ୱାମୀ ଓ ଶ୍ୱଶୁରକୁ ଆଜୀବନ ଜେଲ୍‌

ଶେରଗଡ : ୨୦୧୩ ମସିହାରେ ଜଣେ ବଧୂକୁ ତଂଟିରେ ଶାବଳ ଚାପି ହତ୍ୟା ଘଟଣାରେ ଆସିକା ଏଡିଜେ କୋର୍ଟ ସ୍ୱାମୀ ନୀଳାଚଂଳ ସ୍ୱାଇଁ ଓ ଶ୍ୱଶୁର ନଟବର ସ୍ୱାଇଁଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି ।
ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଶେରଗଡ ଥାନାର ମୃତା ବନିତାକୁ ୨୦୧୩ ମସିହା ଏପ୍ରିଲ ୩ ତାରିଖ ରାତିରେ ଶୋଇଥିବା ବେଳେ ସ୍ୱାମୀ ନୀଳାଚଂଳ ଓ ଶ୍ୱଶୁର ନଟବର ତଂଟିରେ ଶାବଳ ପକାଇ ଚଢ଼ିଯାଇଥିଲେ । ଫଳରେ ଘଟଣାସ୍ଥଳରେ ବନିତାଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଏହାକୁ ନେଇ ବନିତାଙ୍କ ବାପା ସୁକୁଟା ସ୍ୱାଇଁ ଶେରଗଡ ଥାନାରେ ଏତଲା ଦେଇଥିଲେ । ବିବାହ ପରଦିନ ଠାରୁ ତାଙ୍କ ଝିଅକୁ ଯୌତୁକ ଦାବି କରି ଶାରିରୀକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ । ଏହା ପରେ ତାଙ୍କ ତଂଟିରେ ଶାବଳ ପକାଇ ହତ୍ୟା କରିଥିଲେ ବୋଲି ବାପା ଅଭିଯୋଗ କରିଥିଲେ ।
ପୁଲିସ ମାମଲା ରୁଜୁ କରି ପରିବାରର ସମସ୍ତ ସଦସ୍ୟଙ୍କୁ ଗିରଫ କରିଥିଲା । ଏହି ମାମଲାରେ ବିଚାର ଚାଲିଥିବା ବେଳେ ୧୪ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା । ପରେ ଜଜ୍ ସାକ୍ଷ୍ୟ ପ୍ରମାଣ ଦର୍ଶାଇ ନୀଳାଚଂଳ ଓ ନଟବରଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି । ମୃତା ବନିତାଙ୍କ ୨ଝିଅ ଅଛନ୍ତି । ସରକାରଙ୍କ ପକ୍ଷରୁ ଆଇନଜୀବୀ ସୁଧାଂଶୁ ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ । ଏଡିଜେଙ୍କ ଏହି ରାୟକୁ ଅଭିଯୁକ୍ତଙ୍କ ଆଇନଜୀବୀ ହାଇକୋର୍ଟରେ ଆଶ୍ରୟ ନେବେ ବୋଲି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking