38.1 C
Bhubaneswar
Friday, April 26, 2024
Homeଓଡିଶାବଡ଼ ଖବର: ରେକର୍ଡ ସଂଖ୍ୟକ ୧୫୯୪ ପଜିଟିଭ୍ ଚିହ୍ନଟ

ବଡ଼ ଖବର: ରେକର୍ଡ ସଂଖ୍ୟକ ୧୫୯୪ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଆଜିର ବଡ଼ ଖବର।ରାଜ୍ୟରୁ ଆଜି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ୨୮ ଜିଲ୍ଲା ରୁ ୧୫୯୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୦୬୭ ଜଣ କ୍ଵାରେଂଟିନେ କେନ୍ଦ୍ର ରୁ ଓ ଅନ୍ୟ  ୫୨୭ ଜଣ ସ୍ଥାନୀୟ ମାମଲା ବୋଲି ଜଣାପଡିଛି। ରାଜ୍ୟରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୨୨୬୯୩କୁ ବୃଦ୍ଧି ପାଇଛି।ସେଥି ମଧ୍ୟରୁ ୧୪,୩୯୨ ଜଣ ସୁସ୍ଥ ହୋଇଛନ୍ତି।ଏବେ ୮୧୪୮ ଜଣ ଚିକିତ୍ସିତ ହେଉଛନ୍ତି।ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସୂଚନା ମିଳିଛି।



ଆଜି ଗଞ୍ଜାମରୁସର୍ବାଧିକ ୭୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ୩୨୦ ଜଣ ଚିହ୍ନଟ ହୋଇଛନ୍ତି।କଟକରୁ ୧୩୬ ଜଣ,ଅନୁଗୁଳ ୧୦, ବାଲେଶ୍ଵର ୨୨, ବରଗଡ଼ ଓ ଝାରସୁଗୁଡ଼ାରୁ  ୮ ଜଣ ଲେଖାଏଁ, ଭଦ୍ରକ ୬୦, ବଲାଙ୍ଗୀର୬, ବୌଦ୍ଧ ୪୧,ଢେଙ୍କାନାଳ ୨, ଗଜପତି, ନବରଙ୍ଗପୁର ଓ ଜଗତସିଂହପୁର୩ ଜଣ ଲେଖାଏଁ,ଯାଜପୁର ୫ ଜଣ,କଳାହାଣ୍ଡିରୁ ଓ ନୂଆପଡ଼ା ରୁ ଜଣେ ଲେଖାଏଁ,କନ୍ଧମାଳ ୧୭,କେନ୍ଦ୍ରାପଡ଼ା ଓ ମାଲକାନଗିରି ରୁ  ୯ ଜଣ ଲେଖାଏଁ, କେନ୍ଦୁଝର ୨୦,କୋରାପୁଟ ୩୩, ମୟୁରଭଞ୍ଜରୁ ୩୨ ଜଣ, ନୟାଗଡ଼ ୧୦ ଜଣ,ପୁରୀ ୩୦ ଜଣ, ସମ୍ବଲପୁର ୧୩ ଜଣ, ସୋନପୁର ୪ ଜଣ, ସୁନ୍ଦରଗଡ଼ ରୁ ୫୬ ଜଣ ଚିହ୍ନଟ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking