28.1 C
Bhubaneswar
Saturday, April 27, 2024
Homeଓଡିଶାସିଲ ହେଲା ବାରିପଦାର14 ଦୋକାନ 

ସିଲ ହେଲା ବାରିପଦାର14 ଦୋକାନ 

 ମୟୂରଭଞ୍ଜ(ଘାସିରାମ ବେହେରା)-କରୋନା ସଂକ୍ରମଣ ରୋକିବା ପାଇଁ ଜାରୀ ରହିଛି ଲକଡାଉନ। ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ହେଉକି ସରକାରୀ କାର୍ଯ୍ୟାଳୟ ସବୁ ସ୍ଥାନରେ ସାମାଜିକ ଦୂରତା ପାଳନ ବାଧ୍ୟତାମୂଳକ କରିଛନ୍ତି ସରକାର। କିନ୍ତୁ କେତେକ କ୍ଷେତ୍ରରେ ଏହାର ବ୍ୟତିକ୍ରମ କରୁଥିବା ବ୍ୟବସାୟ ପ୍ରତିଷ୍ଠାନ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସିଲ କରିଛି ପ୍ରଶାସନ। ଲକଡାଉନ ବଳବତ୍ତର ସତ୍ତ୍ୱେ ମୟୂରଭଞ୍ଜ ଜିଲ୍ଲା ସଦରମହାକୁମା ବାରିପଦା ସହରରେ ଦେଖିବାକୁ ମିଳୁଛି ନାହିଁନଥିବା ଭିଡ। ଲୋକେ ସାମାଜିକଦୂରତ୍ୱ ଭୁଲିଯିବା ସହ ବିଭିନ୍ନ ଦୋକାନବଜାରରେ ଲଗାଉଛନ୍ତି ଗହଳି। ମୟୁରଭଞ୍ଜ ଜିଲ୍ଲାକୁ ପ୍ରଥମେ ଗ୍ରୀନ ଜୋନ ଘୋଷଣା କରାଯାଇଥିବା ବେଳେ,ଜିଲ୍ଲାରେ ସୁରଟ ଫେରନ୍ତା ଆକ୍ରାନ୍ତ ଚିହ୍ନଟ ହେବା ପରେ  ଏହାକୁ ଅରେଞ୍ଜ ଜୋନ ଭାବେ ଘୋଷଣା କରାଯାଇଛି। ତେବେ ସକାଳରୁ ସନ୍ଧ୍ୟା ମଧ୍ୟରେ ରାସ୍ତାଘାଟ , ଦୋକାନବଜାର ଠାରେ ଲୋକଙ୍କ ଅହେତୁକ ଭିଡ଼ ଦେଖିବାକୁ ମିଳୁଛି , ଯାହା ସ୍ପଷ୍ଟ ଭାବେ ବୟାନ କରୁଛି କି ଲୋକେ କରନା କଟକଣାକୁ ଫୁ କରିଦେଇଛନ୍ତି । ସେହିପରି ଏହି ପରିପ୍ରେକ୍ଷୀରେ ସାମାଜିକ ଦୂରତା ପାଳନକୁ ବାଧ୍ୟତାମୂଳକ କରିଥିବା ବେଳେ ସହରର କେତେକ ବ୍ୟବସାୟ ପ୍ରତିଷ୍ଠାନ ଏହାର ଖୋଲା ଖୋଲି ଉଲଂଘନ କରି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଛନ୍ତି। ତେବେ କୋଭିଡ 19 ଦାୟିତ୍ୱରେ ଥିବା ବାରିପଦା ତହସିଲଦାର , 14 ଟି ଦୋକାନକୁ ନିୟମ ଉଲଂଘନ ଅଭିଯୋଗରେ ସିଲ କରିଛନ୍ତି ଓ ଆଗକୁ ଏହି ନିୟମ ଭଙ୍ଗ କଲେ ସମ୍ପୃକ୍ତ ଦୋକାନୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking