38.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗବିଧାନସଭାର ବଡ ଖବର: ୭୫୭ରୁ ୧୩୬ ଜଣଙ୍କର ରିପୋର୍ଟ ପଜିଟିଭ୍

ବିଧାନସଭାର ବଡ ଖବର: ୭୫୭ରୁ ୧୩୬ ଜଣଙ୍କର ରିପୋର୍ଟ ପଜିଟିଭ୍

ଭୁବନେଶ୍ୱର: ବିଧାନସଭା ଅଧିବେଶନ ପୂର୍ବରୁ ଆଜି ଆସିଛି କରୋନା ଟେଷ୍ଟ ରିପୋର୍ଟ ଆସିଛି । ୭୫୭ କୋଭିଡ ଟେଷ୍ଟରୁ ୧୩୬ ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ୨ ବିଧାୟକ, ସାମ୍ବାଦିକ ଓ ବିଧାନସଭା କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପଜିଟିଭ୍ ଆସିଥିବା ବିଧାୟକଙ୍କ ମଧ୍ୟରେ ଅଛନ୍ତି ଦେବୀ ମିଶ୍ର ଓ ପ୍ରମିଳା ମଲ୍ଲିକ ।ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଯାହାକି ଚିନ୍ତାର କାରଣ ପାଲଟିଛି । ଏହାରି ମଧ୍ୟରେ ଆସନ୍ତା ୨୯ ତାରିଖରୁ ରାଜ୍ୟରେ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ ହେବାକୁ ଯାଉଛି । ଗତକାଲି ସକାଳ ୮ଟାରୁ ନମୁନା ସଂଗ୍ରହ ଆରମ୍ଭ ହୋଇଥିବା ବେଳେ ଅପରାହ୍‌ଣ ୫ଟା ୪୯ ପର୍ଯ୍ୟନ୍ତ ଚାଲିଥିଲା। ମୋଟ ୭୩୭ଜଣ ବିଧାନସଭା କର୍ମଚାରୀ ଓ ସୁରକ୍ଷା କର୍ମଚାରୀଙ୍କ ନମୁନା ସଂଗ୍ରହ ହୋଇଥିବା ବେଳେ ବାଚସ୍ପତିଙ୍କ ସମେତ ୨୦ଜଣ ବିଧାୟକଙ୍କର ବି ନମୁନା ସଂଗ୍ରହ ହୋଇଥିଲା। ସମସ୍ତଙ୍କର ଆରଟିପିସିଆର୍‌ ପରୀକ୍ଷା ହୋଇଥିଲା। ପୂର୍ବରୁ ଆଣ୍ଟିଜେନ୍‌ ପରୀକ୍ଷା ହେବ ବୋଲି କୁହାଯାଇଥିଲେ ହେଁ ହଠାତ୍‌ ନିଷ୍ପତ୍ତି ବଦଳି ଯାଇଥିଲା। ସୋମବାର ଅପରାହ୍‌ଣରେ ବିଏମ୍‌ସି ଓ ଅଗ୍ନିଶମ ବିଭାଗ ପକ୍ଷରୁ ବିଧାନସଭା ପରିସରକୁ ବିଶୋଧନ କରାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking