40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗତିନୋଟିଯାକ କୃଷି ବିଧେୟକରେ ସ୍ବାକ୍ଷର କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ତିନୋଟିଯାକ କୃଷି ବିଧେୟକରେ ସ୍ବାକ୍ଷର କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ: ୩ କୃଷି ବିଲ ଉପରେ ସ୍ୱାକ୍ଷର କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସଂସଦର ଉଭୟ ଗୃହରେ ପାରିତ ପରେ ଆଜି ଏହାକୁ ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି । ଅନୁମୋଦନ ପରେ ଆଇନରେ ପରିଣତ ହୋଇଛି କୃଷି ବିଲ୍ । ତେବେ କୃଷି ବିଲକୁ ବିରୋଧ କରି ବିଭିନ୍ନ ସ୍ଥାନରେ ବର୍ତ୍ତମାନ ପରିସ୍ଥିତିରେ ଆନ୍ଦୋଳନ ଚାଲିଛି । ସରକାର ଏହି ବିବାଦୀୟ କୃଷି ବିଧେୟକଗୁଡ଼ିକୁ ସଂସଦରେ ଅନୁମୋଦନ କରିବା ପରେ ଏହା କୃଷକ-ବିରୋଧୀ ଏବଂ କର୍ପୋରେଟ୍‌-ଅନୁକୂଳ ବୋଲି ବିରୋଧୀ ଦଳମାନେ କହୁଥିଲେ। ବିରୋଧୀମାନଙ୍କ ହୋହଲ୍ଲା ମଧ୍ୟରେ ଗତ ସପ୍ତାହରେ ଏହି ତିନୋଟି ବିଧେୟକ ରାଜ୍ୟସଭାରେ ପାରିତ ହୋଇଥିଲା। ଏଥିରେ ସ୍ବାକ୍ଷର ନ କରି ପୁନର୍ବିଚାର ଲାଗି ସଂସଦକୁ ଫେରାଇ ଦେବାକୁ ବିରୋଧୀମାନେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଥିଲେ। ଏହି ବିଧେୟକ ତିନିଟି ହେଉଛି- ‘ଚାଷୀଙ୍କ ଉତ୍ପାଦ ବାଣିଜ୍ୟ ଓ ବ୍ୟବସାୟ (ପ୍ରସାର ଓ ସୁବିଧା) ବିଧେୟକ ୨୦୨୦, ଚାଷୀଙ୍କ (ସଶକ୍ତିକରଣ ଏବଂ ସୁରକ୍ଷା) ମୂଲ୍ୟ ପ୍ରତିଶ୍ରୁତ ଏବଂ କୃଷି ସେବା ଚୁକ୍ତି ବିଧେୟକ ୨୦୨୦ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧିତ) ବିଧେୟକ ୨୦୨୦।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking