39.1 C
Bhubaneswar
Friday, April 26, 2024
Homeଓଡିଶା୧୩ ଜିଲ୍ଲା ପାଇଁ ମାଲକାନଗିରି ମନା

୧୩ ଜିଲ୍ଲା ପାଇଁ ମାଲକାନଗିରି ମନା

ମାଲକାନଗିରି : କରୋନା ସଂକ୍ରମଣର ମାତ୍ରା ବଢି ଚାଲୁଥିବାରୁ ମାଲକାନଗରି ଜିଲ୍ଲା ପ୍ରଶାସନ ୧୩ ଟି ଜିଲ୍ଲାରେ ଲୋକଙ୍କୁ ଜିଲ୍ଲା ଭିତରକୁ ପ୍ରବେଶ କରିବାକୁ ବାରଣ କରିଛନ୍ତି । ସେହି ୧୩ ଜିଲ୍ଲାଗୁଡ଼ିକ ହେଲା – ଗଞ୍ଜାମ , କଟକ ,ଖୋର୍ଦ୍ଧା , ଯାଜପୁର , ନୟାଗଡ଼ , ଭଦ୍ରକ , ପୁରୀ , ଢେଙ୍କାନାଳ , ସୁନ୍ଦରଗଡ଼ , କେନ୍ଦ୍ରାପଡ଼ା , ଗଜପତି , ବାଲେଶ୍ୱର ଓ ଜଗତସିଂହପୁର । ଯଦି କୌଣସି ବ୍ୟକ୍ତି ଏସବୁ ଜିଲ୍ଲାରୁ ଆସିବେ ତେବେ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବେ । କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛନ୍ତି ।
ଆଜି ରାଜ୍ୟର ୧୯ଜିଲ୍ଲାରୁ ୫୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୮୪ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଓ ଅନ୍ୟ ୧୮୬ ଜଣ ସ୍ଥାନୀୟ କେସ୍ ବୋଲି ଜଣାପଡ଼ିଛି । ଆଜି ସୁଦ୍ଧା ରାଜ୍ୟରେ ମୋଟ ୧୨୫୨୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୯୭୨ଜଣ ସୁସ୍ଥ ହୋଇଛନ୍ତି । ୬୧ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪୪୭୫ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking