31.1 C
Bhubaneswar
Tuesday, April 23, 2024
Homeଓଡିଶାମହାନଦୀରୁ ଆମେ ଭାଗ ପାଇବୁ : ରଘୁ ନନ୍ଦନ

ମହାନଦୀରୁ ଆମେ ଭାଗ ପାଇବୁ : ରଘୁ ନନ୍ଦନ

ଭୁବନେଶ୍ୱର : ଟ୍ରିବ୍ୟୁନାଲ୍‌ରେ ମହାନଦୀ ଶୁଣାଣି ପରିପ୍ରେକ୍ଷୀରେ ଓଡ଼ିଶା ପ୍ରତିକ୍ରିୟା ରଖିଛି । ରାଜ୍ୟ ଜଳ ସଂପଦ ମନ୍ତ୍ରୀ ରଘୁ ନନ୍ଦନ ଦାସ ନିଜ ପ୍ରତିକ୍ରିୟା ରଖିଛନ୍ତି । ଜଳ ବିବାଦ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସହମତି ହୋଇନାହିଁ । ଛତିଶଗଡ଼ରେ ସରକାର ବଦଳିଥିଲେ ମଧ୍ୟ ମହାନଦୀ ଆଭିମୁଖ୍ୟ ବଦଳି ନାହିଁ । ଯଦି ବଦଳିଥାନ୍ତା ଆଲୋଚନା ମାଧ୍ୟମରେ ସମାଧାନ ହୋଇଥାନ୍ତା । ଆମେ ମଧ୍ୟ ଆମ ଅଭିମୁଖ୍ୟରେ କାଏମ୍ ରହିଛୁ । ଆମର ବିଶ୍ୱାସ ମହାନଦୀରୁ ଆମେ ଆମର ଭାଗ ପାଇବୁ ବୋଲି ରଘୁ ନନ୍ଦନ ଦାସ କହିଛନ୍ତି । ଟ୍ରିବ୍ୟୁ୍ୟନାଲ କ’ଣ ନିଷ୍ପତ୍ତି ନେବେ ତାକୁ ଅପେକ୍ଷା କରାଯାଇଛି । ଏହି ସମସ୍ୟାର ସମାଧାନ ପାଇଁ ଆପୋସ ଆଲୋଚନା ହିଁ ଶେଷ ପନ୍ଥା ଅଟେ ।
ଅନ୍ୟପଟେ ଏହି ପରିପ୍ରେକ୍ଷୀରେ କଂଗେସ ମଧ୍ୟ ତା’ର ପ୍ରତିକ୍ରିୟା ରଖିଛି । ବିଧାୟକ ସୁର ରାଉତରାୟ କହିଛନ୍ତି ଯେ , ଓଡ଼ିଶା ସରକାରଙ୍କର କିଛି ଆଭିମୁଖ୍ୟ ନାହିଁ । ଛତିଶଗଡ଼ ଯେତେବେଳେ ବନ୍ଧ ବାନ୍ଧୁଥିଲା ସେତେବେଳେ ଜଳ ସେଚନ ବିଭାଗ କଣ କରୁଥିଲ । ଆରମ୍ଭ ବେଳେ କିଛି କଲେନି ଆଉ ସରିବା ପରେ କହିଲେ କିଛି ଲାଭ ହେବ ନାହିଁ । ତଳିଆ ଅଞ୍ଚଳରେ ୧୧ଟି ଆଡ଼ିବନ୍ଧ ହେଲେ ଓଡ଼ିଶାବାସୀ ପାଣି ପାଇପାରିବେ ।
ମହାନଦୀ ଜଳ ବିବାଦ ନେଇ ବିଜେପି ମଧ୍ୟ ସରକାରଙ୍କୁ ଦାୟୀ କରିଛି । ଏନେଇ ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ନିଜର ପ୍ରତିକ୍ରିୟା ରଖିଛନ୍ତି । ପୂର୍ବରୁ ଆପୋସ ସମାଧାନ ପାଇଁ କେନ୍ଦ୍ର ଚାହିଁଥିଲା ମାତ୍ର ରାଜ୍ୟ ଚାହିଁଲାନି । ରାଜ୍ୟସରକାରଙ୍କ ରାଜନୀତି ଫଳରେ ଓଡ଼ିଶାର କୃଷକ କଷ୍ଟ ଭୋଗୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking