40.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଭୁଶୁଡ଼ିଲା ୧୨୦୦ କୋଟିର ବିଶାଳ ବ୍ରିଜ୍‌; ଜଣେ ଶ୍ରମିକ ମୃତ, ଅନେକ ଦବି ରହିଥିବା ଆଶଙ୍କା

ଭୁଶୁଡ଼ିଲା ୧୨୦୦ କୋଟିର ବିଶାଳ ବ୍ରିଜ୍‌; ଜଣେ ଶ୍ରମିକ ମୃତ, ଅନେକ ଦବି ରହିଥିବା ଆଶଙ୍କା

ପାଟନା : ବିହାରର ସୁପୌଲ ଦେଇ ପ୍ରବାହିତ ହେଉଥିବା କୋସି ନଦୀ ଉପରେ ନିର୍ମାଣ ହେଉଥିବା ବିଶାଳ ବ୍ରିଜ୍‌ଟି ଆଜି ଦୁର୍ଭାଗ୍ୟବଶତଃ ଭୁଶୁଡ଼ିପଡ଼ିଛି । ରିପୋର୍ଟ ଅନୁସାରେ ବ୍ରିଜ୍ କାମ ଚାଲୁ ରହିଥିବା ବେଳେ ଏହା ମଝିରୁ ଭାଙ୍ଗିଯାଇଥିଲା । ଫଳରେ ଜଣେ ଶ୍ରମିକ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ପ୍ରାୟ ୨୦ଜଣ ଶ୍ରମିକଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । ଏସମସ୍ତ ଶ୍ରମିକ ବ୍ରିଜ୍ ତଳେ ଦବି ହୋଇ ରହିଥିବା ଆଶଙ୍କା କରାଯାଉଥିବା ବେଳେ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଜାରି ରହିଛି । ସେହିପରି ୮ଜଣ ଶ୍ରମିକଙ୍କ ସହ ଅନ୍ୟ କିଛି ସାଧାରଣ ଲୋକ ଗୁରୁତର ଆହତ ହୋଇ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବ୍ରିଜ୍‌ର ୫୦, ୫୧ ଏବଂ ୫୨ନମ୍ବର ପିଲାର (ସ୍ତମ୍ବ)ର ଘାଟି ଭୁଶୁଡ଼ି ପଡିଛି । ପ୍ରକାଶ, ୧୨୦୦ କୋଟି ଟଙ୍କା ବ୍ୟୟବରାଦିତ ଏହି ବ୍ରିଜ୍‌ଟି ଦେଶର ସବୁଠୁ ଲମ୍ବା ବ୍ରିଜ୍ ହେବାକୁ ଯାଉଛି । ସୁପୌଲ୍‌ର ବକୌରରୁ ମଧୁବନୀ ଭେଜା ଘାଟ ମଧ୍ୟରେ ଏହି ବ୍ରିଜ୍ (ପୋଲ୍‌)କୁ ନିର୍ମାଣ କରାଯାଉଛି । ୨୦୨୩ ସୁଦ୍ଧା ଏହି ବ୍ରିଜ୍ ନିର୍ମାଣ କାର୍ଯ୍ୟ ଶେଷ ହେବାର ଥିଲେ ମଧ୍ୟ ଏହା ହୋଇପାରିନଥିଲା । ପରେ ୨୦୨୪ ଶେଷ ସୁଦ୍ଧା ଏହାକୁ ଶେଷ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ଏହି ବ୍ରିଜ୍‌ରେ ପ୍ରାୟ ୧୭୧ଟି ପିଲାର (ସ୍ତମ୍ବ)କୁ ସଂଲଗ୍ନ କରାଯିବାର ଥିବା ବେଳେ ୧୬୬ଟି ସ୍ତମ୍ବ ପ୍ରସ୍ତୁତ ହୋଇସାରିଛି । ଏତଦ୍‌ବ୍ୟତୀତ ବ୍ରିଜ୍ କାର୍ଯ୍ୟ ମାତ୍ର ୫୬% ହିଁ ସମ୍ପୂର୍ଣ୍ଣ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking