42.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶବିଜେପିର ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା; ତାମିଲନାଡୁର ୧୪ ଆସନ ଓ ପୁଡ଼ୁଚେରୀ ପାଇଁ ପ୍ରାର୍ଥୀ...

ବିଜେପିର ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା; ତାମିଲନାଡୁର ୧୪ ଆସନ ଓ ପୁଡ଼ୁଚେରୀ ପାଇଁ ପ୍ରାର୍ଥୀ ଚୂଡାନ୍ତ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ଅତ୍ୟନ୍ତ ସାବଧାନତା ପୂର୍ବକ ରଣନୀତି ପ୍ରସ୍ତୁତ କରୁଥିବା ଅନୁଭୂତ ହେଉଛି । ଦିନକ ପୂର୍ବେ ବିଜେପି ୩ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଥିବା ବେଳେ ଏଥିରେ ମାତ୍ର ତାମିଲନାଡୁର ୯ଟି ଲୋକସଭା ଆସନକୁ ସାମିଲ କରିଥିଲା । କିନ୍ତୁ ବିଜେପି ଆଜି ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି । ବିଜେପିର ଏହି ୪ର୍ଥ ପର୍ଯ୍ୟାୟ ପ୍ରାର୍ଥି ତାଲିକାରେ କେବଳ ପୁଡୁଚେରୀ ଏବଂ ତାମିଲନାଡୁକୁ ସାମିଲ କରାଯାଇଥିବା ଦେଖିବାକୁ ମିଳିଛି । ପୁଡୁଚେରୀର ଗୋଟିଏ ଲୋକସଭା ଆସନ ରହିଥିବା ବେଳେ ଏହି ଆସନ ପାଇଁ ବିଜେପି ଏ. ନମଶିବାୟମ୍‌ଙ୍କୁ ପ୍ରାର୍ଥୀ ଟିକେଟ୍ ଦେଇଥିବା ଘୋଷଣା କରିଛି । ଏନ୍ ରଙ୍ଗାସ୍ୱାମୀ ସରକାରରେ ନମଶିବାୟମ୍ ଏବେ ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି । ଅନ୍ୟପକ୍ଷେ ବିଜେପି ନିଜ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥିତାଲିକାରେ ତାମିଲନାଡୁର ୧୪ଟି ଲୋକସଭା ଆସନ ପାଇଁ ଚୂଡାନ୍ତ ପ୍ରାର୍ଥୀଙ୍କ ସମ୍ପର୍କରେ ମଧ୍ୟ ଘୋଷଣା କରିଛି । ରିପୋର୍ଟ ଅନୁସାରେ ତାମିଲନାଡୁର ଏହି ୧୪ ଲୋକସଭା ଆସନ ମଧ୍ୟରୁ ୨ଟି ଆସନରେ ବିଜେପି ୨ ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦେଇଥିବା ଜଣାପଡିଛି । ତିରୁବଲ୍ଲୁର (ଏସ୍‌ସି)ରୁ ପୋନ୍ ଭି ବାଲଗଣପତି ଏବଂ ଚେନ୍ନାଇ ନର୍ଥରୁ ଆର୍‌ସି ପଲ କନଗରାଜଙ୍କ ନାମକ ଦୁଇ ମହିଳାଙ୍କୁ ବିଜେପି ପ୍ରାର୍ଥୀ କରିଛି ।
ସୂଚନାଯୋଗ୍ୟ ଆସନ୍ତା ଏପ୍ରିଲ୍ ୧୯ ତାରିଖରେ ତାମିଲନାଡୁ ଏବଂ ପୁଡୁଚେରୀର ଏସବୁ ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବାର ଅଛି । ଏହାକୁ ଦୃଷ୍ଟିରେ ରଖି ବିଜେପି ପକ୍ଷରୁ ପୁଡୁଚେରୀ ଲୋକସଭା ଆସନ ସହ ତାମିଲନାଡୁର ମୋଟ୍ ୩୯ ଲୋକସଭା ଆସନ ମଧ୍ୟରୁ ୨ଟି ପର୍ଯ୍ୟାୟରେ ୨୩ଟି ଲୋକସଭା ଆସନ ପାଇଁ ଚୂଡାନ୍ତ ପ୍ରାର୍ଥିତାଲିକା ଜାରି କରାଯାଇଛି । ପ୍ରକାଶ, ଦିନକ ପୂର୍ବେ ଅର୍ଥାତ୍ ଗୁରୁବାର ବିଜେପିର ୩ୟ ପର୍ଯ୍ୟାୟ ପ୍ରାର୍ଥିତାଲିକାରେ ତାମିଲନାଡୁର ୯ଟି ଲୋକସଭା ଆସନ ପାଇଁ ଚୂଡାନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା । ଏମାନଙ୍କ ମଧ୍ୟରେ ତେଲେଙ୍ଗାନା ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିବା ତାମିଲିସାଇ ସୌନ୍ଦରାଜନ୍‌ଙ୍କୁ ବିଜେପି ଦକ୍ଷିଣ ଚେନ୍ନାଇ ଆସନରୁ ପ୍ରାର୍ଥୀ କରିଥିବା ବେଳେ ତାମିଲନାଡୁ ବିଜେପି ମୁଖ୍ୟ କେ ଅନ୍ନାମଲାଇଙ୍କୁ କଏମ୍ବାଟୁର ଆସନ ପାଇଁ ଟିକେଟ୍ ଦିଆଯାଇଛି । ସେହିପରି କେନ୍ଦ୍ରମନ୍ତ୍ରୀ ଏଲ୍ ମୁରୁଗାନ୍‌ଙ୍କୁ ନିଳଗିରି ଆସନରୁ ପ୍ରାର୍ଥୀ କରାଯାଇଛି । ତେବେ ବିଜେପି ପକ୍ଷରୁ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରାଯାଇସାରିଥିବା ବେଳେ ମୋଟ୍ ୫୪୩ ଲୋକସଭା ଆସନ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ଦଳ ୨୯୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିସାରିଛି । ୧ମ ପର୍ଯ୍ୟାୟ ପ୍ରାର୍ଥୀତାଲିକାରେ ବିଜେପି ୧୯୫ଟି ଲୋକସଭା ଆସନ ପାଇଁ, ୨ୟ ପର୍ଯ୍ୟାୟରେ ୭୨ଟି ଲୋକସଭା ଆସନ ପାଇଁ, ୩ୟ ପର୍ଯ୍ୟାୟରେ ୯ଟି ଲୋକସଭା ଆସନ ପାଇଁ ଏବଂ ୪ର୍ଥ ପର୍ଯ୍ୟାୟରେ ୧୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିସାରିଛି ବିଜେପି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking