39.1 C
Bhubaneswar
Friday, April 26, 2024
Homeଅପରାଧକଫ ସିରଫ୍ କାରବାର ନେଇ ଅପହରଣ:୧୧ ଗିରଫ

କଫ ସିରଫ୍ କାରବାର ନେଇ ଅପହରଣ:୧୧ ଗିରଫ

ବରଗଡ଼ : କଫ ସିରଫ୍ କାରବାର ଓ ଠକେଇ ମାମଲାରେ ତିନି ଜଣଙ୍କୁ ଅପହରଣ କରିନିଆଯାଇଥିବା ବେଳେ ଅଭିଯୋଗ ପରେ ବରଗଡ଼ ପୁଲିସ ୧୧ ଜଣ ଅଭିଯୁକ୍ତଙ୍କ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ବରପାଲିର ଏସ୍‌କେ ଅନସର, କାଲିଆ ବାଗ, ରାଜୁ ମେହେର, ସୁରତ ଦାସ, ବରପାଲି ଡୁମେରମୁଣ୍ଡାର ସଞ୍ଜୟ ପ୍ରଧାନ, ସୋହେଲାର ଜିତେନ୍ଦ୍ର ସିଂ ଠାକୁର, ବିଜେପୁରର ରଞ୍ଜନ ପ୍ରଧାନ, ବରଗଡ଼ ପିପିଲିପାଲିର ଦ୍ୱାରିକା ପ୍ରସାଦ ସାହୁ ଓ ଜଗପତୀ ସାହୁ, ବରଗଡ଼ ଡୁମେରପାଲିର ପ୍ରଦୀପ ସାହୁ ଓ ସାହାଜବାହାଲର ସତ୍ୟମ ଦୋରା ବୋଲି ପୁଲିସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି । ସେହିପରି ଏହି ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତମାନଙ୍କ ଠାରୁ ବରଗଡ଼ ପୁଲିସ ଗୋଟିଏ ଖେଳନା ପିସ୍ତଲ , ତିନୋଟି କାର, ଦୁଇଟି ମୋଟର ସାଇକେଲ ଏବଂ ୧୧ ଟି ମୋବାଇଲ ଜବତ କରିଛି ।
ସୂଚନା ଅନୁଯାୟୀ, ଗତ ୧୨ ତାରିଖରେ ଅଭିଯୁକ୍ତମାନେ ପଦ୍ମପୁର ଚାରପାଲି ଗ୍ରାମର ଅମର ପ୍ରସାଦ ସେଠୀ ଏବଂ ତାର ଦୁଇ ଜଣ ସାଙ୍ଗ ସୁଶାନ୍ତ ବାଗ ଓ କ୍ଷୀରୋଦ ସାହୁଙ୍କୁ ବରିହାପାଲି ଛକରୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତମାନେ ତିନୋଟି କାର ଏବଂ ଦୁଇଟି ମୋଟର ସାଇକେଲ ଆସି ସେମାନଙ୍କୁ ଅପହରଣ କରି ନେଇଥିଲେ । ପରେ କ୍ଷୀରୋଦର ବାପାଙ୍କୁ ୨ ଲକ୍ଷ ଏବଂ ଅମର ପ୍ରସାଦ ସେଠୀର ବାପାଙ୍କୁ ଦେଢ଼ ଲକ୍ଷ ଟଙ୍କାର ଫୋନ ଯୋଗେ ଅଭିଯୁକ୍ତମାନେ ଦାବି କରିଥିଲେ । ନଚେତ ତିନି ଜଣ ଅପହୃର୍ତାଙ୍କୁ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲେ । ଯାହାକୁ ନେଇ ପଦ୍ମପୁର ଥାନାରେ ଅଭିଯୋଗ ହେବା ପରେ ବରଗଡ଼ ଏସ୍‌ପି ପଦ୍ମିନୀ ସାହୁଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଗଠନ କରାଯାଇଥିଲା । ଅଭିଯୁକ୍ତମାନେ ବରପାଲି-ବିଜେପୁର ଅଞ୍ଚଳରେ ଥିବା ବେଳେ ପୁଲିସ ସେମାନଙ୍କୁ ଠାବ କରି ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ୩ ଜଣ ଅପହୃର୍ତାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା । ଅପହୃର୍ତା କ୍ଷୀରୋଦ ସାହୁ ଏବଂ ଅଭିଯୁକ୍ତ ସଞ୍ଜୟ ପ୍ରଧାନ ମଧ୍ୟରେ କଫ ସିରଫ୍ କାରବାରକୁ ଏହି ଅପହରଣ ହୋଇଥିବା ପୁଲିସ ସୂଚନା ଦେଇଛି । ଅଭିଯୁକ୍ତମାନଙ୍କୁ ଡୁପ୍ଲିକେଟ କଫ ସିରଫ୍ ଯୋଗାଇଥିବା ନେଇ ସେମାନେ କ୍ଷୀରୋଦ ସାହୁଙ୍କ ସମେତ ଅମର ପ୍ରସାଦ ସେଠୀ ଏବଂ ସୁଶାନ୍ତ ବାଗଙ୍କୁ ଅପହରଣ କରିଥିବା ନେଇ ପୁଲିସ ସୂଚନା ଦେଇଛି । ସଂଜୟ ପ୍ରଧାନ, ଏସ୍‌କେ ଅନସର ଓ ଦ୍ୱାରିକା ପ୍ରସାଦ ସାହୁ ଏହି ଘଟଣାର ମାଷ୍ଟର ମାଇଣ୍ଡ ହୋଇଥିବା ବେଳେ ଅନ୍ୟମାନେ ସେମାନଙ୍କ ସହଯୋଗୀ ଥିବା ପୁଲିସ ସୂଚନା ଦେଇଛି । ସେହିପରି ଅନ୍ୟ ଜଣେ ଅଭିଯୁକ୍ତ ମୁଚୁ ଛତ୍ରିଆ ଫେରାର ହୋଇଯାଇଥିଲା । ଅଭିଯୁକ୍ତମାନଙ୍କୁ ପୁଲିସ ସରଣ୍ଡାପାଲି ଏବଂ ବରପାଲି ଅଞ୍ଚଳରୁ ଗିରଫ କରିବା ସହ ୩ ଜଣ ଅପହର୍ତ୍ତାଙ୍କୁ ବରପାଲିରୁ ଉଦ୍ଧାର କରିଥିଲା । ସେହିପରି ଅଭିଯୁକ୍ତଙ୍କଠାରୁ ମାରୁତି ସୁଇପ୍ଟି , ମାରୁତି ୱାଗନାର ଏବଂ ମହିନ୍ଦ୍ରା ମାଜରୋ ସହ ଦୁଇଟି ମୋଟର ସାଇକେଲ, ୧୧ ଟି ମୋବାଇଲ, ଗୋଟିଏ ଖେଳଣା ବନ୍ଧୁକ ଜବତ କରିଛି । ଏ ନେଇ ପଦ୍ମପୁର ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ରଞ୍ଜନ ପ୍ରଧାନ, ଜିତେନ୍ଦ୍ର ସିଂ ଠାକୁର, ଏସକେ ଅନସର , ରାଜୁ ମେହେର ଏବଂ ସୁରତ କୁମାର ଦାସଙ୍କ ନାମରେ ବିଜେପୁର, ବରପାଲି, ସୋହେଲା ଆଦି ଥାନାରେ ପୂର୍ବରୁ ବିଭିନ୍ନ ମାମଲା ରହିଥିବା ଜଣାପଡ଼ିଛି । ବରଗଡ଼ ପୁଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି । ବରଗଡ଼ ଏସ୍‌ପି ପଦ୍ମିନୀ ସାହୁ ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରପାଲି ଥାନା ଅଧିକାରୀ ଆର୍ ପଟେଲ , ବିଜେପୁର ଥାନା ଅଧିକାରୀ ଆର୍ ସିଆଲ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking