29.1 C
Bhubaneswar
Thursday, April 25, 2024
Homeଓଡିଶାସ୍କୁଲ ଭିତରେ ଭାଲୁ

ସ୍କୁଲ ଭିତରେ ଭାଲୁ

ମାଲକାନଗିରି: ଅନେକ ସମୟରେ ଭାଲୁ ଆତଙ୍କ ଦେଖିବାକୁ ମିଳେ । ଏହା ସହ ଭାଲୁ କେତେକ ଲୋକଙ୍କୁ ମଧ୍ୟ ଆକ୍ରମଣ କରୁଥିବା ଜଣାପଡିଛି । ତେବେ ଏଭଳି ଏକ ଘଟଣା ମାଲକାନଗିରିରେ ଦେଖିବାକୁ ମିଳିଛି । ଏବେ ମାଲକାନଗିରି ବାସିନ୍ଦା ଭୟଭୀତ ଥିବା ଜଣାପଡିଛି । ମାଲକାନଗିରି ମାଥିଲିରେ ଦୁଇଦିନ ହେବ ଭାଲୁ ଆତଙ୍କ ଦେଖା ଦେଇଛି । ଖଇରପୁଟ ବ୍ଲକ ଗୋବିନ୍ଦପାଲି ଏସସିଏସଟି ସ୍କୁଲ ପରିସରକୁ ଜଙ୍ଗଲ ପଟୁ ଗତକାଲି ରାତି ୧୦ଟା ରେ ୩ଟି ଜଙ୍ଗଲୀ ଭାଲୁ ପଶି ଆସିଥିଲେ ।
ବାରମ୍ବାର ସ୍କୁଲ ପରିସରକୁ ଏପରି ଜଙ୍ଗଲୀ ଭାଲୁ ପଶି ଆସିଥିବା ଦେଖି ଛାତ୍ରଛାତ୍ରୀଙ୍କ ମଧ୍ୟରେ କୋକୁଆଭୟ ଖେଳି ଯାଇଛି । କିଛି ଛାତ୍ରଛାତ୍ରୀ ଭାଲୁକୁ ଦେଖି ଭୟଭୀତ ହୋଇ ଲୁଚି ପଡ଼ିଥିବା ବେଳେ ଅନ୍ୟ କିଛି ଛାତ୍ର ଭାଲୁକୁ ଦେଖି ଘଉଡାଇବାକୁ ଉଦ୍ୟମ କରିଥିଲେ । ପିଲାଙ୍କ ପାଟି ଓ ପଥରମାଡ ଦେଖି ୩ଟି ଭାଲୁ ସ୍କୁଲ ପରିସରରୁ ଗେଟ ଡେଇଁ ପଳାଇଥିଲେ ।
ଏହି ଦୃଶ୍ୟ ସ୍କୁଲ ପରିସରରେ ଲାଗିଥିବା ସିସିଟିଭିରେ କଏଦ ହୋଇଯାଇଥିଲା । ଭାଲୁ ଦଳ ସ୍କୁଲ ପରିସରରୁ ଚାଲି ଯାଇଥିଲେ ବି ଛାତ୍ରଛାତ୍ରୀଙ୍କ ମନରେ କେଉଁଠିନା କେଉଁଠି ଭୟ ରହି ଯାଇଛି । ସେଥିପାଇଁ ଛାତ୍ରଛାତ୍ରୀମାନେ ବାହାରକୁ ବାହାରିବାକୁ ଭୟ କରୁଛନ୍ତି । ସ୍କୁଲ ଭିତରକୁ ଭାଲୁ ପଶି ଆସୁଥିବା ଖବର ସ୍ଥାନୀୟ ରେଞ୍ଜରକୁ ଦିଆଯାଇଛି । ରେଞ୍ଜର ଭାଲୁ ଘଉଡାଇବା ପାଇଁ ଉଦ୍ୟମ କରାଯିବ ବୋଲି ପ୍ରତିଶ୍ରୁତି ବି ଦେଇଥିବା ବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking