30.1 C
Bhubaneswar
Sunday, May 5, 2024
Homeମନୋରଞ୍ଜନ୧୦୦କୋଟି କ୍ଲବରେ ସାମିଲ ହେଲା `ସତ୍ୟପ୍ରେମ କି କଥା'

୧୦୦କୋଟି କ୍ଲବରେ ସାମିଲ ହେଲା `ସତ୍ୟପ୍ରେମ କି କଥା’

ନୂଆଦିଲ୍ଲୀ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀଙ୍କ ଯୋଡି ଏବେ ସବୁଠୁ ହିଟ ଯୋଡି। ଦୁହିଁଙ୍କ ଅଭିନୟ ମଧ୍ୟ ଜବରଦସ୍ତ। ଲୋକେ ଉଭୟଙ୍କ କେମେଷ୍ଟ୍ରିକୁ ପଜିଟିଭଲି ରେସପଣ୍ଡ ମଧ୍ୟ କରୁଛନ୍ତି। ଏବେ ଏହି ଯୋଡି ହିଟ ବୋଲି ପ୍ରମାଣିତ ହୋଇଛି। ପ୍ରଥମେ ‘ଭୁଲ୍ ଭୁଲୈୟା ୨’ ଏବଂ ବର୍ତ୍ତମାନ ‘ସତ୍ୟପ୍ରେମ କି କଥା’ ବକ୍ସ ଅଫିସରେ ସୁପରହିଟ ହୋଇଛି। ଉଭୟ ଚଳଚ୍ଚିତ୍ରରେ ସେମାନଙ୍କର କେମେଷ୍ଟ୍ରିକୁ ଦର୍ଶକ ବହୁତ ପସନ୍ଦ କରୁଛନ୍ତି। ଜୁନ୍ ୨୯ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ଦୁଇ ସପ୍ତାହ ଧରି ବକ୍ସ ଅଫିସରେ ଭଲ ଆୟ କରିଆସୁଛି ଏବଂ ବର୍ତ୍ତମାନ ଫିଲ୍ମଟି ୧୦୦କୋଟି କ୍ଲବରେ ପ୍ରବେଶ କରିଛି। ‘ସତ୍ୟପ୍ରେମ କି କଥା’ କାର୍ତ୍ତିକଙ୍କର ଚଳିତ ବର୍ଷର ପ୍ରଥମ ହିଟ୍ ଫିଲ୍ମ ପାଲଟିଛି।

‘ସତ୍ୟପ୍ରେମ କି କଥା’ ଏବେ ସାରା ବିଶ୍ୱରେ ୧୦୦କୋଟି ଟଙ୍କାର ବ୍ୟବସାୟ କରିଛି। ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି କିଆରା ଏହି ସୂଚନା ଦେଇଛନ୍ତି। କିଆରା ଫିଲ୍ମର ଏକ ପୋଷ୍ଟର ଶେୟାର କରିଛନ୍ତି ଯେଉଁଥିରେ ଲେଖା ଅଛି ଯେ ଏହି ଫିଲ୍ମ ସାରା ବିଶ୍ୱରେ ୧୦୦କୋଟି ସଂଗ୍ରହ କରିଛି। କିଆରା ଲେଖିଛନ୍ତି- ‘ସତ୍ୟପ୍ରେମ କି କଥା’କୁ ଏତେ ଭଲପାଇବା ଦେଇଥିବାରୁ ଧନ୍ୟବାଦ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking