ନୂଆଦିଲ୍ଲୀ: ଶାହରୁଖଙ୍କ ଧମାକଦାର ଏଣ୍ଟ୍ରୀ. ପ୍ରଥମ ଝଲକରେ ହିଁ ଫ୍ୟାନମାନଙ୍କୁ ଇମ୍ପ୍ରେସ କରିଛନ୍ତି ଶାହରୁଖ. ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜୱାନ’ର ପ୍ରିଭ୍ୟୁ ରିଲିଜ ହୋଇଛି. ଏହି ଫିଲ୍ମ ସେପ୍ଟେମ୍ବର ୭ରେ ରିଲିଜ ହେବାକୁ ଯାଉଛି. ଏହା ପୂର୍ବରୁ ଫିଲ୍ମ ନିର୍ମାତା ଏହାର ପ୍ରିଭ୍ୟୁ ରିଲିଜ କରିଛନ୍ତି. ଯେଉଁଥିରେ ଶାହାରୁଖ ସ୍ବାଗ୍ ରେ ଏଣ୍ଟ୍ରୀ କରିଛନ୍ତି.
ସେଥିରେ ଥିବା ଡାଇଲଗରେ ସେ କହିଛନ୍ତି, ମୁଁ କିଏ ମୁଁ ଜାଣିନି. ମା’କୁ କରିଥିବା ପ୍ରତିଜ୍ଞା ନା ମୁଁ ଏକ ଅଧା ରହିଥିବା ଉଦ୍ଦେଶ୍ୟ . ମୁଁ ଭଲ ନା ଖରାପ, ପାପ ନା ପୂଣ୍ୟ , ଏକଥା ତୁମ ନିଜକୁ ପଚାରିବ . କାରଣ ମୁଁ ହେଉଛି ତୁମେ .
ଏହି ଭିଡିଓରେ ଆକ୍ସନ, ଥ୍ରୀଲର ଏବଂ ଡ୍ରାମାର ଭରପୁର ମିକ୍ସର ଦେଖିବାକୁ ମିଳିବ . ଏବଂ ଦୀପିକାଙ୍କ ଏଣ୍ଟ୍ରୀ ସବୁଠୁ ଧମାକଦାର ରହିଛି. ସୂଚନା ମୁତାବକ ଏହି ଫିଲ୍ମରେ ଦୀପିକାଙ୍କୁ ଖୁବ କମ ସମୟ ପାଇଁ ରୋଲ ମିଳିଥିଲେ ମଧ୍ୟ ଦମଦାର ଚରିତ୍ର ମିଳିଛି. ଏହି ଫିଲ୍ମରେ ଶାହରୁଖଙ୍କ ଆକ୍ସନ ଏବଂ ଦୀପିକାଙ୍କୁ ନେଇଁ ଖୁବ ଉତ୍ସାହିତ ଅଛନ୍ତି ଦର୍ଶକ .