30.1 C
Bhubaneswar
Sunday, May 19, 2024
Homeଅପରାଧପୁଣି ସୀମା ଟପିଲା ବର୍ବରତା, ପ୍ରଥମେ ଅପହରଣ, ତା’ପରେ ଏସିଡ୍‌ ମାଡ଼

ପୁଣି ସୀମା ଟପିଲା ବର୍ବରତା, ପ୍ରଥମେ ଅପହରଣ, ତା’ପରେ ଏସିଡ୍‌ ମାଡ଼

ରାଜସ୍ଥାନ: ରାଜସ୍ଥାନ କରୌଲି ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । କୂଅରୁ ମିଳିଲା ୧୮ ବର୍ଷୀୟା ଯୁବତୀଙ୍କ ମୃତଦେହ । ଯାହାକୁ ନେଇ ରାଜସ୍ଥାନ କରୌଲି ଅଞ୍ଚଳରେ ଖେଳିଯାଇଛି ଚାଞ୍ଚଲ୍ୟ । ଏ ଘଟଣାକୁ ନେଇ ଧିରେ ଧିରେ ତେଜିଛି ବିବାଦ ଏବଂ ରାଜନୀତି । ପୁଣି ସୀମା ଟପିଲା ବର୍ବରତା । ୧୯ ବର୍ଷୀୟା ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କଲେ ଯୌନ ପିପାସୁ । ହତ୍ୟା ପରେ ମୁହଁରେ ଏସିଡ୍ ପକାଇ କୂଅକୁ ଫିଙ୍ଗିଦେଲେ । ଆଉ କୂଅ ଭିତରୁ ଉଦ୍ଧାର ହେଲା ପୀଡିତାଙ୍କ ମୃତଦେହ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

ପୋଲିସ ଅଧିକାରୀ କହିବାନୁଯାୟୀ, ମୋହନପୁରା ତୋଦାଭିମ୍‌ ଗତ ଗୁରୁବାର ଯୁବତୀଙ୍କ ଅପହରଣ ହୋଇଥିବା ନେଇ ଅଭିଯୋଗ ଆସିଥିଲା । ଏନେଇ ତାଙ୍କ ପରିବାର ଲୋକେ ମଧ୍ୟ ଥାନାରେ ଅଭିଯୋଗ କରିଥିଲେ । ପରେ ଯୁବତୀଙ୍କ ମୃତଦେହ ଏକ କୂଅରୁ ଉଦ୍ଧାର କରାଯାଇଥିଲା । ଏ ସମ୍ପର୍କରେ ଗ୍ରାମବାସୀଙ୍କ ଠାରୁ ଖବର ପାଇ ପୋଲିସ ସେଠାରେ ପହଞ୍ଚିଥିଲା । ମୃତଶରୀରର ମୁହଁ ପୋଡି ଯାଇଥିବାର ଦେଖାଯାଇଥିଲା । ଏହି ଖବର ପ୍ରଘଟ ପରେ ପୀଡିତାଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ପୀଡିତାଙ୍କ ମାଆ କହିଛନ୍ତି, ଗତ ବୁଧବାର ରାତିରେ ଝିଅ ବାଥରୁମ ଯିବାକୁ ଉଠିଥିଲା । ସେ ବାହାରକୁ ଯିବା ସମୟରେ ମୁହଁରେ ମାସ୍କ ଲଗାଇଥିବା ୩ରୁ ୪ ଜଣ ଦୁର୍ବୃତ୍ତ ଯୁବତୀଙ୍କୁ ଜୋର ଜବରଦସ୍ତ କାର ଭିତରକୁ ଟାଣି ନେଇ କୁଆଡେ ପଳାଇ ଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ହେଁ ତାଙ୍କର କୌଣସି ପତ୍ତା ମିଳିନଥିଲା । ଏହାପରେ ସୋସିଆଲ ମିଡିଆ ଜରିଆରେ କୂଅରୁ ଝିଅର ମୃତଦେହ ମିଳିବା ସମ୍ପର୍କରେ ପରିବାର ଲୋକେ ଜାଣିବାକୁ ପାଇଥିଲେ ।’’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking