28.9 C
Bhubaneswar
Sunday, May 5, 2024
Homeଅପରାଧହତ୍ୟା ଉଦ୍ୟମକାରୀକୁ ୧୦ ବର୍ଷ କାରାଦଣ୍ଡ

ହତ୍ୟା ଉଦ୍ୟମକାରୀକୁ ୧୦ ବର୍ଷ କାରାଦଣ୍ଡ

ଭଞ୍ଜନଗର: ବୋମା ଫୁଟାଇ ଆତଙ୍କ ଖେଳାଇଥିବା ସହ ହତ୍ୟା ଉଦ୍ୟମ ମାମଲାର ଶୁଣାଣି କରି ଭଞ୍ଜନଗର ବରିଷ୍ଠ ଦେୱାନୀ ଜଜ ସୋମଲୀନା ମିଶ୍ର ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ ଶୁଣାଣି କରିଛନ୍ତି । ବୁଗୁଡ଼ା ଥାନା ବିଷ୍ଣୁଚକ୍ର ଗ୍ରାମର ଅଭିଯୁକ୍ତ ହାଡୁବନ୍ଧୁ ଜେନାଙ୍କ ବିରୋଧରେ ଚାଲିଥିବା କେସ୍ ନମ୍ବର ଏସ୍ଟି ୪୪/୨୦୧୫ ମାମଲାର ବିଚାର କରି ୯ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ୧୦ ବର୍ଷ ଦଣ୍ଡାଦେଶ ଶୁଣାଣି କରିବା ସହ ୩ ହଜାର ଟଙ୍କା ଜୋରିମାନା ଦଣ୍ଡ ଶୁଣାଇଛନ୍ତି ।

ଜୋରିମାନା ଅନାଦେୟ ଅଧିକ ୨ ମାସ କାରାଦଣ୍ଡ ଭୋଗିବାକୁ ନିଜ ରାୟରେ ପ୍ରକାଶ କରିଥିବା ସରକାରୀ ଆଇନଜୀବୀ ଉଷାକାନ୍ତ ପଟ୍ଟନାୟକ ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ ୨୦୧୨ ମାର୍ଚ୍ଚ ୧୪ ରାତିରେ ବୁଗୁଡା ଥାନା ବିଷ୍ଣୁଚକ୍ର ଗ୍ରାମର ହାଡୁବନ୍ଧୁ ଜେନା ବୋମା ଧରି ଅଶ୍ୱିନ କୁମାର ପଟ୍ଟନାୟକଙ୍କ ଘର ସାମ୍ନାରେ ଆତଙ୍କ ସୃଷ୍ଟି କରିବା ସହ ପାଟିତୁଣ୍ଡ କରିଥିଲା । ଏହି ସମୟରେ ଗ୍ରାମର ଅଶୋକ ମହାନ୍ତି ଓ ପ୍ରଭାକର ନାୟକ ତାକୁ ଅଟକାଇବାରୁ ସେମାନଙ୍କୁ ଗାଳି ଗୁଲଜ କରିବା ସହ ଅଭିଯୋଗକାରୀକୁ ହତ୍ୟା ଧମକ ଦେଇ ବୋମା ଫୁଟାଇଥିଲା । ଏଥିରେ କିଛି ବ୍ୟକ୍ତି ଆହତ ହୋଇଥିବା ଅଶ୍ୱିନ ବୁଗୁଡା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ହାଡୁକୁ ଗିରଫ କରି କୋର୍ଟ ପଠାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking