34.1 C
Bhubaneswar
Thursday, April 25, 2024
Homeଓଡିଶାଅନୁଗୁଳଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଅନୁଗୁଳ:ଅନୁଗୁଳ ଜିଲ୍ଲା ଛେର୍ଡିପଦା ଥାନା ଅନ୍ତର୍ଗତ ବାଲିପଟା ଗାଁ ନିକଟ ତେଲି ନାଳ ପାଖ ପୋଲ ନିକଟରୁ ଜଣେ ଯୁବକଙ୍କ କ୍ଷତ ବିକ୍ଷତ ଶବ ଉଦ୍ଧାର କରାଯାଇଛି । ଯୁବକଙ୍କୁ ହତ୍ୟା କରାଯାଇଥିବା ପରିବାର ତରଫରୁ ଥାନାରେ ଅଭିଯୋଗ କରାଯାଇଛି । ସୂଚନା ଯେ, ଠାକୁରଗଡ଼ ଥାନା ଅନ୍ତର୍ଗତ କରଡ଼ାବାହାଳି ଗାଁର ଅମର ସାହୁ(୩୪) ୨୩ ତାରିଖରେ ଛେଣ୍ଡିପଦା ଥାନା ଅନ୍ତର୍ଗତ ଟେଣ୍ଟୋଲୋଇ ଗାଁକୁ ତାଙ୍କ ସାଙ୍ଗର ବାହାଘରରେ ଯୋଗ ଦେବାପାଇଁ ୪ ଜଣ ସାଙ୍ଗଙ୍କ ସହିତ ଆସିଥିଲେ । ତେବେ ରାତିରେ ଅମର କୁକୁରପେଟାରେ ଥିବା ତାଙ୍କ ସାଙ୍ଗଙ୍କ ବାଇକ୍ ନେଇ ଠାକୁରଗଡ଼ ବାହାରିଥିଲେ । କିନ୍ତୁ ସେ ଘରେ ପହଞ୍ଚି ନଥିଲେ ।

ପହଞ୍ଚିବାରେ ବିଳମ୍ବ ହେବାରୁ ଅମରଙ୍କ ଭାଇ ଛେଣ୍ଡିପଦା ଥାନାରେ ୨୪ ତାରିଖରେ ଲିଖିତ ଅଭିଯୋଗ କରିଥିଲେ ଯେ, ତାଙ୍କ ଭାଇ ନିଖୋଜ ଅଛନ୍ତି । ତେବେ ମଙ୍ଗଳବାର ସକାଳେ ଛେଣ୍ଡିପଦା ଜରପଡ଼ା ରାସ୍ତାର ବାଲିପଟା ଗାଁ ନିକଟ ତେଲି ନାଳ ପାଖ ରାସ୍ତାକଡ଼ରେ ଅମରଙ୍କର କ୍ଷତାକ୍ତ ଶବ ଓ ଭାଙ୍ଗିଯାଇଥିବା ବାଇକ୍ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏନେଇ ଅମରଙ୍କ ଭାଇ ଅର୍ଜୁନ ମଙ୍ଗଳବାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ, ଅମରଙ୍କ ସାଥିରେ ଆସିଥିବା ତାଙ୍କ ସାଙ୍ଗମାନେ ତାଙ୍କୁ ହତ୍ୟାକରିଛନ୍ତି । ଏହି ଅଭିଯୋଗ ପାଇବାପରେ ପୁଲିସ ଏକ ହତ୍ୟା ମାମଲା ରୁଜୁକରି ଶବ ଓ ବାଇକ୍‌କୁ ଜବତକରି ବ୍ୟବଛେଦ କରାଇଛି । ଘଟଣାର ବିଭିନ୍ନ ଦିଗକୁ ନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking