29.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶଅଭିନୟ ହେଲା ସତ, ଚାଲିଗଲା ୧୦ ବର୍ଷ ନାବାଳକର ଜୀବନ

ଅଭିନୟ ହେଲା ସତ, ଚାଲିଗଲା ୧୦ ବର୍ଷ ନାବାଳକର ଜୀବନ

ଲକ୍ଷ୍ନୌ: ସ୍ୱାଧୀନତା ସଂଗ୍ରାମୀ ଶହୀଦ ଭଗତ ସିଂଙ୍କ ଚରିତ୍ରରେ ଅଭିନୟ ପାଇଁ ପୂର୍ବାଭ୍ୟାସ କରିବାବେଳେ ସତସତିକା ଜୀବନ ହରାଇଛନ୍ତି ଜଣେ ୧୦ ବର୍ଷର ନାବାଳକ । କିନ୍ତୁ ଏହି ନାଟକ ଯେ କାଳ ହେବ ତାହା ସେ ଜାଣିନଥିଲେ । ରିହର୍ସଲ ବେଳେ ଗଳାରେ ଫାସ ଲଗାଇ ଭଗତ ସିଂଙ୍କ ଭଳି ଫାଶି ଦେବା ପାଇଁ ଯେତେବେଳେ ସେ ଟୁଲ୍‌ ଉପରେ ଚଢ଼ିଥିଲେ, ସେତେବେଳେ ଟୁଲ୍‌ ଖସିଯିବାରୁ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ବନ୍ଦାୟୁର ସିଭିଲ ଲାଇନ୍ ଅଞ୍ଚଳରେ । ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁଯାୟୀ, କୁମ୍ବରଗାଓଁ ନିକଟସ୍ଥ ବାବଟ ଗାଁର ଶିବମ ଘରେ ଏକାଥିଲେ। ଏହାପେର ତାର ସାଙ୍ଗ ମାନେ ଆସିବା ପରେ ସେମାନେ ସମସ୍ତେ ମିଶି ଆଗାମୀ ସ୍ବାଧୀନତା ଦିବସରେ ନାଟକ ପାଇଁ ସର୍ଦ୍ଦାର ଭଗତ ସିଂହଙ୍କ ଭୂମିକା ପାଇଁ ପ୍ରସ୍ତୁତ ହେଉଥିଲେ । ନାଟକରେ ଭଗତ ସିଂଙ୍କ ଭୂମିକାରେ ଅଭିନୟ କରିଥାନ୍ତେ ଶିବମ ।

ରିହର୍ସଲ କରୁଥିବା ବେଳେ ତାଙ୍କ ମା ଏବଂ ବାପା ଉଭୟ ନିକଟସ୍ଥ ଜମିରେ କାମ କରୁଥିଲେ । ସାଙ୍ଗମାନେ ତାଙ୍କ ଘରକୁ ନାଟକର ପୂର୍ବାଭ୍ୟାସ କରିବା ପାଇଁ ଆସିଥିଲେ। ଶେଷରେ ଫାଶୀ ଦୃଶ୍ୟ ଥିବାରୁ ଶିବମ୍‌ ଏକ ରଶି ବାନ୍ଧି ଫାଶକୁ ବେକରେ ଲଗାଇଥିଲେ। ହେଲେ ଦୁର୍ଭାଗ୍ୟବଶତଃ ଟୁଲ୍‌ରୁ ତାଙ୍କ ଗୋଡ଼ ଖସିଯାଇଥିଲା। ଶିବମ ନିଶ୍ୱାସପ୍ରଶ୍ୱାସ ନେଇ ନ ପାରି ଛଟପଟ ହେଉଥିଲେ ହେଁ ସେ ଅଭିନୟ କରୁଥିବା ସାଙ୍ଗମାନେ ଭାବିଥିଲେ। କିଛି ସମୟ ପରେ ଶିବମଙ୍କ ଶରୀର ନିସ୍ତେଜ ହୋଇଯିବା ପରେ ପିଲାମାନେ ଡରିଯାଇ ଗ୍ରାମବାସୀଙ୍କୁ ଜଣାଇଥିଲେ। ଲୋକେ ସେଠାରେ ପହଞ୍ଚିଲାବେଳକୁ ଶିବମଙ୍କ ମୃତ୍ୟୁ ଘଟିସାରିଥିଲା। ତେବେ ପୋଲିସକୁ ନ ଜଣାଇ ଘରଲୋକ ତାଙ୍କ ଶେଷକୃତ୍ୟ କରିଦେଇଛନ୍ତି। ଘଟଣାର ତଦନ୍ତ ଚାଲିଥିବା ପୋଲିସ କହିଛି। ଏକ ଅନୁରୂପ ଘଟଣାକ୍ରମରେ ଗତ ବର୍ଷ ମଧ୍ୟପ୍ରଦେଶର ଜଣେ ୧୨ ବର୍ଷୀୟ ନାବାଳକ ଭଗତ ସିଂଙ୍କ ଚରିତ୍ରରେ ଅଭିନୟ କରୁଥିବାବେଳେ ଦୁର୍ଘଟଣାବଶତଃ ଫାଶୀ ଲଗାଇଦେଇଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking