28.1 C
Bhubaneswar
Friday, April 26, 2024
Homeଓଡିଶାପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୫୦ ମାର୍କର ପରୀକ୍ଷା

ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୫୦ ମାର୍କର ପରୀକ୍ଷା

ଭୁବନେଶ୍ବର: ଦିନକୁ ଦିନ ବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ବିଭିନ୍ନ ଉପାୟ ଜାରି ହେଉଛି । ତେବେ ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା(ଆସେସମେଣ୍ଟ-୨) ମାର୍ଚ୍ଚ ଦ୍ବିତୀୟ ସପ୍ତାହରୁ ଆରମ୍ଭ ହେବ । ଏ ପର୍ଯ୍ୟନ୍ତ ତାରିଖ ଘୋଷଣା ହୋଇ ନଥିଲେ ମଧ୍ୟ ମାର୍ଚ୍ଚ ୧୧ରୁ ଆରମ୍ଭ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ତା’ ପୂର୍ବରୁ ଜାରି ହୋଇଛି ଗାଇଡଲାଇନ୍ । ପରୀକ୍ଷା କିଭଳି ପରିଚାଳିତ ହେବ, କେଉଁ ବିଷୟର କେତେ ସମୟ ପରୀକ୍ଷା ହେବ, ପରୀକ୍ଷା ପରେ ଉତ୍ତର ଖାତା ମୂଲ୍ୟାୟନ ଓ ଅଭିଭାବକଙ୍କୁ ଖାତା ଦେଖାଇବା ପରି ଆଦି ବିଷୟରେ ଗାଇଡଲାଇନରେ କୁହାଯାଇଛି । ପରୀକ୍ଷାକୁ ସୁରୁଖୁରୁରେ ପରିଚାଳନା କରିବାକୁ ଓଡ଼ିଶା ସ୍କୁଲ ଏଜୁକେସନ ପୋଗ୍ରାମ ଅଥରିଟି ପକ୍ଷରୁ ନିର୍ଦେଶ ଦିଆଯାଇଛି ।
ଗାଇଡଲାଇନରେ କୁହାଯାଇଛି ଯେ, ଛାତ୍ରଛାତ୍ରୀଙ୍କ ଲର୍ଣ୍ଣିଂ ଆଉଟକମ୍ ଅନୁଯାୟୀ ପ୍ରଶ୍ନପତ୍ର ପ୍ରସ୍ତୁତ ହେବ । ପୁସ୍ତକରେ ଥିବା ବିଷୟକୁ ଛାତ୍ରଛାତ୍ରୀ ନିଜର ଦୈନଦିନ ଜୀବନରେ କିଭଳି ଲାଗୁ କରୁଛନ୍ତି ତାହା ଉପରେ ଅଧିକାଂଶ ପ୍ରଶ୍ନ ଆଧାରିତ ରହିବ । ଓଡ଼ିଆ ସମେତ ଊର୍ଦ୍ଦୁ, ପର୍ସିଆନ୍, ଇଂରାଜୀ, ହିନ୍ଦୀ ଓ ସଂସ୍କୃତ ଭାଷାରେ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ । ପାଠ୍ୟପୁସ୍ତକର ସମସ୍ତ ବିଷୟ ପ୍ରଶ୍ନପତ୍ରରେ ରହିବା ନିହାତି ଆବଶ୍ୟକ । ତେବେ ଆସେସମେଣ୍ଟ-୧ରେ ଆସିଥିବା ପ୍ରଶ୍ନଗୁଡ଼ିକୁ କମ୍ ଗୁରୁତ୍ବ ଦିଆଯିବ । ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପ୍ରଶ୍ନପତ୍ର ୫୦ ମାର୍କ ବିଶିଷ୍ଟ ହେବ । ୫ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଷୟ(ଚିତ୍ରାଙ୍କନ ବ୍ୟତୀତ)ରେ ମୌଖିକ ପ୍ରଶ୍ନ ଆସିବ, ଯାହାକି ୧୦ ମାର୍କର ରହିବ । ପ୍ରଥମ ଓ ଦ୍ବିତୀୟ ଶ୍ରେଣୀର ସମସ୍ତ ବିଷୟ ପାଇଁ ଦେଢ଼ ଘଣ୍ଟା ରଖାଯାଇଛି । ଏହି ପରୀକ୍ଷାରେ ୪୦ ମାର୍କ ଲିଖିତ ଓ ୧୦ ମାର୍କ ମୌଖିକ ପ୍ରଶ୍ନ ରହିବ । ୩ୟରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ୨ ଘଣ୍ଟା ଲେଖାଏ ପରୀକ୍ଷା ହେବ । ୬ଷ୍ଠରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ହେବାକୁ ଥିବା ବିଷୟର ପରୀକ୍ଷାଗୁଡ଼ିକ ୨ ଘଣ୍ଟା ଅବଧିର ରହିବ । ଏଥିରେ କୌଣସି ପ୍ରକାର ମୌଖିକ ପ୍ରଶ୍ନ ଆସିବ ନାହିଁ । ଆସେସମେଣ୍ଟ-୨ ପରେ ପ୍ରତି ଛାତ୍ରଛାତ୍ରୀଙ୍କ ପ୍ରଶ୍ନପତ୍ର ଓ ଉତ୍ତର ଖାତାକୁ ସେମାନଙ୍କ ଅଭିଭାବକଙ୍କୁ ପ୍ରଦାନ କରାଯିବ । ସେମାନେ ନିଜ ପିଲାଙ୍କୁ ଘରେ କିଭଳି ପଢ଼ାଇବେ ସେ ବିଷୟରେ ବି କୁହାଯିବ । ଆସେସମେଣ୍ଟ ଶେଷ ହେବା ପରେ ଶିକ୍ଷକମାନଙ୍କ ଦ୍ବାରା ଉତ୍ତର ଖାତାଗୁଡ଼ିକର ମୂଲ୍ୟାୟନ ହେବ । ସେଗୁଡ଼ିକୁ ପିଲାଙ୍କୁ ବି ଦିଆଯିବ । ଫଳରେ ପିଲାମାନେ ନିଜର ଦୁର୍ବଳତା ଜାଣିପାରିବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking